କନକ ବ୍ୟୁରୋ : ଶ୍ରୀମନ୍ଦିର ଭୂ-ସମ୍ପତ୍ତି ଜବରଦଖଲକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଶ୍ରୀ ଜଗନ୍ନାଥଙ୍କ ବ୍ୟାପକ ଜମିଜମା ଥିବାବେଳେ ଏହାକୁ ଜବରଦଖଲ କରି ରଖାଯାଇଛି କିନ୍ତୁ ମନ୍ଦିରର କୌଣସି ଲାଭ ହେଉନାହିଁ । ଏଥିପାଇଁ ସରକାର ଖୁବଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି ୟୁନିଫର୍ମ ପଲିସୀ । ୧୦୦ ଡେସିମିଲରୁ କମ ଜମି ଜବରଦଖଲକାରୀ ଘର କରି ରହିଥିଲେ ତାଙ୍କୁ ରିହାତିରେ ସରକାରଙ୍କ ତରଫରୁ ବିକ୍ରି କରାଯିବ । ୧୦୦ ଡ଼ିସିମିଲରୁ ଅଧିକ ଜମିଜବରଦଖଲ କରିଥିଲେ, ସେ ତାର ଯଥାର୍ଥତା ଦର୍ଶାଇବେ ଏବଂ ସେହି ଜମିର ମାର୍କେଟ ଭାଲ୍ୟୁ ବା ବେଞ୍ଚ ମାର୍କ ଭାଲ୍ୟୁରେ ତାକୁ କିଣିବାକୁ ପଡ଼ିବ । ଏସବୁ ଜମିର ସେଟେଲମେଣ୍ଟ କରାଯିବ । ଏହାଦ୍ୱାରା ମନ୍ଦିରରେ ୧୦ ହଜାର କୋଟିର କର୍ପସ ଫଣ୍ଡ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ...

Advertisment

୨୦୦୩ ରୁ ୨୦୦୯ ପର୍ଯ୍ୟନ୍ତ ୟୁନିଫର୍ମ ପଲିସୀ ଲାଗି କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ପରେ ସରକାର ଏହାକୁ ଆଗକୁ ବଢ଼ାଇ ନାହାନ୍ତି । ଏବେ ଆଇନ ବିଭାଗ ପୁଣି ସମୀକ୍ଷା କରି ପ୍ରକ୍ରିୟା ଆରମ୍ଭ କରିଛି ।  ଶ୍ରୀ ଜଗନ୍ନାଥଙ୍କ ଭୂ ସମ୍ପତି ଯେଉଁଠି ଅଛି ସେହି ଜାଗାରୁ ଏହି ପଲିସି କାର୍ଯ୍ୟ ଆରମ୍ଭ କରିବ   ପରେ ରାଜ୍ୟରେ ବିଭିନ୍ନ ମନ୍ଦିରରେ ଏହି ୟୁନିଫର୍ମ ପଲିସୀକୁ ଲାଗୁ କରାଯିବ ।  ଶ୍ରୀ ଜଗନ୍ନାଥ ମନ୍ଦିର ଶୈଳୀରେ ଆଗକୁ ସବୁ ମନ୍ଦିରରେ ହେବ କର୍ପସ ଫଣ୍ଡ ।  ଯାହା ମନ୍ଦିର ଗୁଡିକର ନୀତିକାନ୍ତିକୁ ସୁ ବ୍ୟବସ୍ଥିତ କରିପାରିବ...

ଶ୍ରୀମନ୍ଦିରରେ ଶୃଙ୍ଖଳା କ୍ଷେତ୍ରରେ ହେବ ବଡ଼ ପରିବର୍ତନ । ମନ୍ଦିରରେ ନୀତିକାନ୍ତି ଓ ଦର୍ଶନକୁ ଶୃଙ୍ଖଳିତ କରିବାପାଇଁ ପଦକ୍ଷେପ ନିଆଯିବ ।  ଆଇନ ବିଭାଗ ଏ ନେଇ ସମୀକ୍ଷା କରୁଛି ଏବଂ ଆବଶ୍ୟକ ପଡିଲେ ୨୦୦୩ ଶ୍ରୀ ମନ୍ଦିର ଆଇନକୁ ପରିବର୍ତନ କରାଯାଇପାରେ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ