ଡାକ୍ତରଙ୍କୁ ସୁରକ୍ଷା ଦେବେ ସରକାର: ସୁରକ୍ଷା ପାଇଁ ଆସିଲା ଗାଇଡ ଲାଇନ୍‌

Advertisment

ଡାକ୍ତର, ଛାତ୍ର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଗାଇଡ ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର । କାର୍ୟ୍ୟକ୍ଷେତ୍ରରେ ସୁରକ୍ଷା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଇଡ ଲାଇନ୍‌ ଜାରି କରାଯାଇଛି ।

ଡାକ୍ତର, ଛାତ୍ର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଗାଇଡ ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର । କାର୍ୟ୍ୟକ୍ଷେତ୍ରରେ ସୁରକ୍ଷା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଇଡ ଲାଇନ୍‌ ଜାରି କରାଯାଇଛି ।

dt

କନକ ବ୍ୟୁରୋ: ଡାକ୍ତର, ଛାତ୍ର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଗାଇଡ ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର । କାର୍ୟ୍ୟକ୍ଷେତ୍ରରେ ସୁରକ୍ଷା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗାଇଡ ଲାଇନ୍‌ ଜାରି କରାଯାଇଛି । କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଏଭଳି ଗାଇଡ୍‌ ଲାଇନ ଜାରି ହୋଇଛି । ଡାକ୍ତରଖାନାରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ, ଡାକ୍ତରୀ ଛାତ୍ର ଓ ଡାକ୍ତରଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର ।

ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ
କର୍ମଚାରୀଙ୍କ ପାଇଁ ପରିଚୟପତ୍ର ଓ ଡ୍ରେସ କୋଡ ଜରୁରୀ
ଇଣ୍ଡୋର ରୋଗୀଙ୍କ ସହାୟକଙ୍କ ପାଇଁ ପାସ୍‌ ଆବଶ୍ୟକ
ସବୁ ଓପିଡିରେ ଉଭୟ ପୁରୁଷ ଓ ମହିଳା ସୁରକ୍ଷାକର୍ମୀ ରହିବେ
ହସ୍ପିଟାଲର ପ୍ରମୁଖ ସ୍ଥାନମାନଙ୍କରେ ସିସିଟିଭି ବାଧ୍ୟତାମୂଳକ
ସୁରକ୍ଷାକର୍ମୀଙ୍କ ପାଇଁ ଏକ କଣ୍ଟ୍ରୋଲ ରୁମ ରହିବ
ମହିଳା ଡାକ୍ତର ଓ କର୍ମଚାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ସହ ଘରେ ଛଡ଼ାଯିବ
ସରକାରୀ ମେଡିକାଲ କଲେଜରେ ପୁଲିସ ଆଉଟପୋଷ୍ଟ ରହିବ
ସବୁ ସମୟରେ ମହିଳା ପୁଲିସ ନିୟୋଜିତ ରହିବେ
ମେଡିକାଲ ଛାତ୍ରଛାତ୍ରୀଙ୍କ ସହ ହିଂସା ହେଲେ, ୬ ଘଣ୍ଟାରେ ଏଫଆଇଆର
ହିଂସା ବିରୋଧରେ ଏସପି ତ୍ୱରିତ ପଦକ୍ଷେପ ନେବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe