କନକ ବ୍ୟୁରୋ: ମାର୍ଚ୍ଚ ୩୧ ପରେ ଧାନ ନେବେନି ସରକାର। ମଣ୍ଡିରେ ଧାନ କିଣାକୁ ନେଇ ଖାଦ୍ୟ, ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦେଇଛନ୍ତି ଏମିତି କିଛି ବଡ଼ ସୂଚନା । ଧାନ କିଣା ପାଇଁ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ଡେଡ୍ଲାଇନ୍ ଧାର୍ୟ୍ୟ କରିଛନ୍ତି ସରକାର। ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୩୧ ପରେ ମଣ୍ଡିରୁ ଆଉ ଧାନ କିଣା ହେବ ନାହିଁ। ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇସାରିଛି। ଟାର୍ଗେଟର ୯୦% ଧାନ ସଂଗ୍ରହ ହୋଇସାରିଲାଣି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।
ଅନ୍ୟପଟେ ଆଉ ଗୋଟିଏ ବଡ଼ ଖବର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ। ଆୟକର ଫାଇଲ ଭରୁଥିବା ବ୍ୟକ୍ତିଙ୍କର ରାସନ୍ କାର୍ଡ କଟିବନି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ। ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର। ଲିଷ୍ଟ ସହ ଡୋର ଟୁ ଡୋର ବୁଲି ଭେରିଫିକେସନ୍ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଫିଜିକାଲ ଭେରିଫିକେସନ ପରେ, ରାସନ କାର୍ଡ କଟିବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
ତେବେ ଇନକମ ଟାକ୍ସ ପାଇଁ ଯଦି ରାସନ୍ କାର୍ଡ କଟିଥାଏ, ତେବେ ଆଦୌ ବ୍ୟସ୍ତ ହେବାର ନାହିଁ। ଯେଉଁମାନଙ୍କର କଟିଛି ବିଭାଗକୁ ଜଣାଇବାକୁ ମନ୍ତ୍ରୀ କହିଛନ୍ତି। ତଦନ୍ତ କରି ସେମାନଙ୍କୁ ପୁନଃ ସାମିଲ କରାଯିବ। ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଏବଂ ସହରାଞ୍ଚଳରେ ୧୫ ହଜାର ଆୟ ଥିଲେ କାର୍ଡ କଟିବାକୁ ନିର୍ଦ୍ଦେଶ ଆସିଛି। ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ ବୋଲି ସରକାର ବ୍ୟବସ୍ଥା କରୁଥିବା ମନ୍ତ୍ରୀ କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/02/25/A4oDz9BQlcpyekLAwxdl.jpg)