କନକ ବ୍ୟୁରୋ: ବନ ବିଭାଗ କର୍ମଚାରୀଙ୍କୁ ବନ୍ଧୁକ ଧରାଇବେ ସରକାର। ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସୂଚନା, ସରକାର ଏ ନେଇ ବିଚାର କରୁଛନ୍ତି। ଶିକାରୀଙ୍କୁ ସାବାଡ଼ କରିବାକୁ ବନ୍ଧୁକ ଚଳାଇବାର କ୍ଷମତା ମିଳିଥିଲେ ମଧ୍ୟ ବନ କର୍ମଚାରୀଙ୍କୁ ମିଳିନାହିଁ ବନ୍ଧୁକ ମିଳିନାହିଁ। ଯେଉଁଥିପାଇଁ ଶିକାରୀମାନେ ବନ ବିଭାଗ କର୍ମଚାରୀଙ୍କୁ ଗୁଳି ଚଳାଇବାକୁ ପଛାଉନାହାନ୍ତି। ଏହାର ମୁକାବିଲା କରିବାକୁ ଏବେ ପୋଲିସ ସାହାଯ୍ୟ ନିଆଯାଉଛି। ଏଥିସହ ଏ ଆଇ କ୍ୟାମେରା ଦୁଇଟି ଜାଗାରେ ପାଇଲଟ ଭିତ୍ତିରେ ଲଗାଯାଇଛି। ଶିକାରୀଙ୍କୁ ଧରିବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଆଣିଛି ଏଆଇ କ୍ୟାମେରା। ବର୍ତମାନ ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଓ ରାଉରକେଲାରେ ଲାଗିଛି। ଶିକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବା ପାଇଁ ଏହି କ୍ୟାମେରା ଲଗାଯାଇଛି। ଏହି କ୍ୟାମେରା ଶିକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଛି। ଜଙ୍ଗଲ ଅଞ୍ଚଳ ଦେଇ ଯାଇଥିବା ରେଳ ଲାଇନରେ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧିକୁ ନଜର ରଖିବା ପାଇଁ ଏଆଇ କ୍ୟାମେରା ଲଗାଯାଇଛି ଓ ଅନ୍ୟ ଜାଗାରେ ବି ଲଗାଯିବ ବୋଲି ଜଙ୍ଗଲ ବିଭାଗ ମନ୍ତ୍ରୀ କହିଛନ୍ତି। ଜଙ୍ଗଲ ଭିତରେ ଅସାମାଜିକ କାର୍ଯ୍ୟ ରୋକିବା ପାଇଁ ଏହି କ୍ୟାମେରା କାମ କରିବ ବୋଲି କହିଛନ୍ତି ମନ୍ତ୍ରୀ। ଏହା ସହିତ ବନ ବିଭାଗ କର୍ମଚାରିମାନଙ୍କୁ ଅଧିକ ସଶକ୍ତ କରିବାକୁ ସେମାନଙ୍କୁ ବନ୍ଧୁକ ଧରାଇବା ଉପରେ ସରକାର ଚିନ୍ତା କରୁଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି।