କନକ ବ୍ୟୁରୋ : ନୂଆ ଥଇଥାନ ଓ ପୁନର୍ବସତି ନୀତି ଆଣିବେ ସରକାର । ପୁରୁଣାକୁ ସଂଶୋଧନ କରାଯିବ । ଜମି ହରାଉଥିବା ଲୋକଙ୍କୁ ପ୍ରତିବଦଳରେ ଜମି ଦେବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ବିଭିନ୍ନ ପ୍ରକଳ୍ପ ପାଇଁ ଜମି ହରାଉଥିବା ଲୋକଙ୍କୁ କ୍ଷତିପୂରଣ ଓ ଥଇଥାନ ପାଇଁ ୨୦୦୬ ରେ ପଲିସି ଆଣିଥିଲେ ରାଜ୍ୟ ସରକାର । 

Advertisment

୧୭ ବର୍ଷ ହେଲା ତାହା ପରିବର୍ତ୍ତନ ହୋଇନଥିବାରୁ ଉପବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ପ୍ରସ୍ତାବ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସାଧାରଣ ଲୋକଙ୍କୁ ମତାମତ ଦେବାକୁ ନିବେଦନ କରିଛନ୍ତି ମନ୍ତ୍ରୀ । ବିଶେଷ କରି ନୂଆ ନୀତିରେ ଜମି ହରାଉଥିବା ଲୋକଙ୍କୁ ତା ବଦଳରେ ଜମି ଦେବାକୁ ବିଭାଗ ଚିନ୍ତା କରୁଛି ।