କନକ ବ୍ୟୁରୋ: ଚାଲାଣକୁ ନେଇ ବଡ ନିଷ୍ପତ୍ତି ନେଇପାରନ୍ତି ସରକାର । ବିଭିନ୍ନ କୋର୍ଟରେ ବିଚାରାଧୀନ ଥିବା ଇ-ଚାଲାଣ ପ୍ରତ୍ୟାହାର କରିବାର ପଦ୍ଧତି ଯାଞ୍ଚ ଏବଂ ସରକାରଙ୍କୁ ସୁପାରିଶ କରିବା ପାଇଁ ଆଇନ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ୨୪ତାରିଖ ଅପରାହ୍ନ ୩ ଟରେ ଲୋକସେବା ଭବନରେ ବସିବ ବୈଠକ । ବହୁ ସଂଖ୍ୟକ ଇ-ଚାଲାଣ ଯାହା ନିର୍ଦ୍ଧାରିତ ସମୟ ମଧ୍ୟରେ RTO ଏବଂ ପୋଲିସ କର୍ତ୍ତୃପକ୍ଷଙ୍କ ସ୍ତରରେ ଫଇସଲା କରାଯାଇପାରିଲା ନାହିଁ, ସେଗୁଡ଼ିକୁ କୋର୍ଟକୁ ପଠାଯାଇଛି । ଏପରି ଅଧିକାଂଶ ମାମଲାରେ, କୋର୍ଟ ଦ୍ୱାରା ବିଚାର କରାଯାଇ ନାହିଁ ।
ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ପେଟ୍ରୋଲ ଟ୍ୟାଙ୍କର ଉପର ଚାମ୍ବରରେ ଯାଉଥିଲା ୧୫ଶହ ୭୭ କେଜିର ଗଞ୍ଜେଇ ।
ଏନେଇ ଆଇନ ବିଭାଗର ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ଗଠନ ହୋଇଥିଲା କମିଟି । ଆସନ୍ତାକାଲି ବସିବାକୁ ଥିବା ବୈଠକରେ କୋର୍ଟରେ ବିଚାରଧୀନ ଥିବା ଇ-ଚାଲାଣ ପ୍ରତ୍ୟାହାର ନେଇ ବଡ ନିଷ୍ପତ୍ତି ନେଇପାରନ୍ତି ସରକାର। କଟାଯାଇଥିବା ଇ-ଚାଲାଣକୁ ପୁର୍ନବାର ଆରଟିଓ ଓ ପୋଲିସ କର୍ତ୍ତୃପକ୍ଷଙ୍କ ଦ୍ବାରା ଫଇସଲା କରିବାକୁ ନିଷ୍ପତ୍ତି ନେଇପାରନ୍ତି ସରକାର ।
ନମ୍ବର ବିହୀନ କାର୍ରେ ଗଞ୍ଜେଇ ଚାଲାଣ, ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ
ଇ-ଚାଲାଣର ଭାଗ୍ୟ କଣ ହେବ?
କଟିଥିବା ଇ-ଚାଲାଣରେ ରିଆତି ଦେଇଛନ୍ତି ସରକାର
୩୧ ଜୁଲାଇ ୨୦୨୫ ସୁଦ୍ଧା କଟିଥିବା ଚାଲାଣରେ ରିଆତି
ଅନେକ ଇ-ଚାଲାଣ କୋର୍ଟରେ ବିଚାରଧୀନ ରହିଛି
କୋର୍ଟରେ ବିଚାରଧୀନ ଥିବା ଇ-ଚାଲାଣ ମାମଲାର ଫଇସଲା କ୍ବଚିତ୍
କୋର୍ଟରେ ବିଚାରାଧୀନ ଇ-ଚାଲାଣ ପ୍ରତ୍ୟାହାର କରିବାର ପଦ୍ଧତି ଯାଞ୍ଚ ପାଇଁ ବସିବ ବୈଠକ
ବୈଠକରେ ନିଷ୍ପତ୍ତି ଅନୁସାରେ ସରକାରଙ୍କୁ କରାଯିବ ସୁପାରିଶ
କୋର୍ଟରେ ବିଚାରଧୀନ ଥିବା ଇ-ଚାଲାଣ ପ୍ରତ୍ୟାହାର ନେଇ ବଡ ନିଷ୍ପତ୍ତି ନେଇପାରନ୍ତି ସରକାର
ପୁର୍ନବାର ଇ-ଚାଲାଣକୁ ଆରଟିଓ ଓ ପୋଲିସ କର୍ତ୍ତୃପକ୍ଷଙ୍କ ଦ୍ବାରା ଫଇସଲା କରିବାକୁ ହୋଇପାରେ ନିଷ୍ପତ୍ତି
ରିଆତି ଚାଲାଣ ଭରିବାକୁ ସେପ୍ଟେମ୍ବର ୧୬ରୁ ଆଗାମୀ ୬ ମାସ ଯାଏଁ ଅବଧି
ଏହି ଅବଧିରେ କଟିଥିବା ଚାଲାଣ ଭରିଲେ ମିଳିବ ୫୦ ପ୍ରତିଶତ ରିଆତି
ଷ୍ଟୋରୀ ଅପଡେଟ୍ ହେଉଛି....
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/23/e-challan-2025-10-23-14-46-47.jpg)