କନକ ବ୍ୟୁରୋ :  ଗତ ମାସ ୮ରେ ତୁରକେଲା ଆରଏମ୍‌ସି ଠାରେ ଆଳୁ ବିହନ ବଂଟନ ଶୁଭାରମ୍ଭ ହୋଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ନିଖିଲ  ପବନ କଲ୍ୟାଣଙ୍କ ସମେତ ଅନ୍ୟ ଅଧିାକରୀ ସାମିଲ ହୋଇଥିଲେ। ଚାଷୀଙ୍କୁ ସହଜ ଓ ଠିକ୍ ଭାବେ ଆଳୁ ବିହନ ଯୋଗାଇଦେବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉଦ୍ୟାନ ବିଭାଗ ଅବହେଳା ଯୋଗୁଁ ଚାଷୀଙ୍କୁ ବିହନ ମିଳୁନି। ତୁରେକେଲା ଅଂଚଲରେ ଏବେ ଉଦ୍ୟାନ୍ ବିଭାଗର କୌଣସି ସ୍ଥାୟୀ କାର୍ୟ୍ୟାଳୟ ନାହିଁ, କେବଳ ଜଣେ ଅଧିକାରୀ ଟିଟିଲାଗଡରେ ରହି ପରିଚାଳାନା କରୁଛନ୍ତି । ଚଟୁଅନକା ପାଖରେ ଉଦ୍ୟାନ ବିଭାଗ ପକ୍ଷରୁ ଗୋଦାମ ଗୃହ ହୋଇଥିବା ବେଳେ ବ୍ଲକର ଅନେକ ଚାଷୀ ଏବିଷୟରେ ଜାଣି ମଧ୍ୟ ନାହାନ୍ତି । ବିଭାଗ ପାଖରେ ଚାଷୀଙ୍କ ତଥ୍ୟ ମଧ୍ୟ ନାହିଁ।

Advertisment

ଆଳୁ ବିହନ ପଞ୍ଜାବରୁ ଆସୁଛି। ଯେଉଁ ଚାଷୀ ବୁଛିଶୁଝି ନେବାକୁ ବି ଆସୁଛି, ତାକୁ ଭଲ ବିହନ ମିଳୁନି। ବରଂ ବସ୍ତାରେ ପଚିସଢ଼ି ଯାଇଥିବା ବିହନ ମିଳୁଥିବା ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ କେଉଁଠି ଆଳୁ ବସ୍ତା ଯାଇ ହୋଟେଲରେ ତ କେଉଁଠି ଦୋକାନରେ ବିକ୍ରି ହେଉଥିବା ଅଭିଯୋଗ ମଧ୍ୟ ହେଲାଣି।

ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ାଇବାକୁ ରାଜ୍ୟ ସରକାର ରଖିବା ସହ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ହେଲେ କର୍ମଚାରୀଙ୍କ ଅବହେଳା ଓ ଚାଷୀଙ୍କୁ ଠିକ୍ ସମୟରେ ଭଲ ବିହନ ନମିଳିବା ଏଥିରେ ବାଧକ ହେବାର ଆଶଙ୍କା ସୃଷ୍ଟି କରିଛି। ।