କନକ ବ୍ୟୁରୋ: ସରକାରୀ ବାବୁଙ୍କ ବଦଳି ପାଇଁ ଦଳୀୟ ନେତାଙ୍କ ଲବି ମୋହନ ସରକାରଙ୍କୁ ପୁଣି ରାଜନୀତି ଭିତରକୁ ଟାଣିଛି। ପସନ୍ଦର ବାବୁଙ୍କୁ ନେବାକୁ ଅଧିକାର ଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିବା ଟାର୍ଗେଟ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ। ଅନ୍ୟପଟେ ସରକାରଙ୍କ ଉପରୁ ଚାପ ହଟାଇବାକୁ ମୁଖ୍ୟ ଶାସନ ସଚିବଙ୍କ ସାମ୍ନାକୁ ଆଣିଛନ୍ତି ମୋହନ ସରକାର।
- ଚାପରେ ମୋହନ ସରକାର
- ପଛରେ ରହି କିଏ ପକାଉଛି ପ୍ରେସର?
ମୋହନ ସରକାରଙ୍କ ଉପରେ ଅଦୃଶ୍ୟ ଚାପ ପଡୁଛି। କିନ୍ତୁ ଏ ଚାପ ବିରୋଧୀ ଶିବିରରୁ ନୁହେଁ ବରଂ ଦଳ ଭିତରୁ ପଡୁଛି। ଏକଥା ଆମେ କହୁନୁ ବରଂ ମୁଖ୍ୟ ଶାସନ ସଚିବଙ୍କ ଚିଠି କିଛି ଏଭଳି ଦିଗକୁ ଇଙ୍ଗିତ କରୁଛି। ସରକାରୀ ବାବୁଙ୍କ ବଦଳି ପାଇଁ ପ୍ରେସର ପଲିଟିକ୍ସକୁ ଦଳୀୟ ନେତା ଆପଣାଉଥିବା ସଙ୍କେତ ମିଳିଛି। ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନ ମଧ୍ୟ ଦର୍ଶାଉଛି ମୁଖ୍ୟ ଶାସନ ସଚିବଙ୍କ ଚିଠିରେ ସତ୍ୟତା ରହିଛି। କିନ୍ତୁ ଏହାକୁ ପ୍ରତିହତ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଆୟୁଧ କରିଛନ୍ତି ମୋହନ ସରକାର।
ଅଫିସରଙ୍କ ବଦଳି ପାଇଁ ପାୱାର କରିଡରରେ ହେଉଛି ଜୋରଦାର ଲବି। ବଦଳି ନେଇ ଆସୁଛି ମାଳମାଳ ସୁପାରିଶ। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ। ମେରିଟ ଓ ନିୟମ ଅନୁସାରେ ବଦଳି ହେବ ବୋଲି ସ୍ପଷ୍ଟ କରିଛନ୍ତି ମନୋଜ ଆହୁଜା।
- ବାବୁଙ୍କ ବଦଳି ପାଇଁ କିଏ ପକାଉଛି ଚାପ?
- କାମ କରିବ କି ଦଳୀୟ ନେତାଙ୍କ ଲବି?
ବଦଳି ପାଇଁ ଚାପ ପଡୁଥିବା ପ୍ରସଙ୍ଗକୁ ନେଇ ତେଜିଛି ରାଜନୀତି। ସୁପ୍ରିମକୋର୍ଟର ଦ୍ବାହି ଦେଇ ଜୟନାରାୟଣ କହିଛନ୍ତି, ଭଲ ଅଫିସରଙ୍କୁ ନିଜ ନିର୍ବାଚନମଣ୍ଡଳୀକୁ ନେବା ପାଇଁ ବିଧାୟକ ଓ ସାଂସଦଙ୍କର ଅଧିକାର ରହିଛି। ଏଭଳି କହି ଦଳୀୟ ନେତା ହିଁ ବଦଳି ପଛର ଚେହେରା ବୋଲି ସ୍ପଷ୍ଟ କରିଛନ୍ତି ଜୟନାରାୟଣ। ଅନ୍ୟପଟେ ବିଜେଡି ନେତା ଭୃଗୁ ବକ୍ସିପାତ୍ର କାଉଁଣ୍ଟର କରି କହିଛନ୍ତି, ବାବୁ ମାନେ ଏବେ ମନ ପସନ୍ଦର ସ୍ଥାନକୁ ବଦଳି ପାଇଁ ବିଜେପି ନେତାଙ୍କୁ ମୋହରା କରିଛନ୍ତି। ପ୍ରଶାସନ ଚଳାଇବାରେ ସରକାର ଫେଲ ମାରିଛନ୍ତି।
ସୂଚନାଯୋଗ୍ୟ ଯେ, ଦଳ ଓ ସରକାର ଭିନ୍ନ ଭିନ୍ନ ବୋଲି ବାରମ୍ବାର କହି ଆସିଛି ବିଜେପି। ଏପରିକି ସରକାରୀ କାର୍ଯ୍ୟରେ ଦଳୀୟ ନେତାଙ୍କର ଭୂମିକା କିଛି ନାହିଁ ବୋଲି ମୁଖ୍ୟ ଶାସନ ସଚିବଙ୍କ ଚିଠି ଜରିଆରେ ମୋହନ ସରକାର ସ୍ପଷ୍ଟ କରିଛନ୍ତି। ତେଣୁ ଏଭଳି ନିଷ୍ପତ୍ତିକୁ ନେଇ ମୋହନଙ୍କୁ ଦଳ ଭିତରେ କେଉଁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡୁଛି ତାହା ଦେଖିବା ବାକି ରହିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/11/12/cx8GWM06ptR6IOVO2MA2.jpg)