ମିଛ କହିବାରେ ସରକାର ପ୍ରଥମ । ରଙ୍ଗ ପରିବର୍ତ୍ତନ ଓ ଯୋଜନାକୁ କପି କରିବା ଛଡା ଆଉ କିଛି ଜାଣିନି ବିଜେପି ସରକାର : ଲେନିନ୍ ମହାନ୍ତି

Advertisment

କାହା ଯୋଜନାକୁ କିଏ କରୁଛି ଅନୁକରଣ, ବିଜେଡି ଓ ବିଜେପି ମଧ୍ୟରେ କଥା କଟାକଟି ହୋଇଛି । ବିଜେଡିର ଅଭିଯୋଗ, ପୂର୍ବ ସରକାରଙ୍କ ନିଷ୍ପତ୍ତିକୁ ଲାଗୁ କରି ବାହାବା ନେବାକୁ ଚେଷ୍ଟା କରୁଛି ମୋହନ ସରକାର ।

କାହା ଯୋଜନାକୁ କିଏ କରୁଛି ଅନୁକରଣ, ବିଜେଡି ଓ ବିଜେପି ମଧ୍ୟରେ କଥା କଟାକଟି ହୋଇଛି । ବିଜେଡିର ଅଭିଯୋଗ, ପୂର୍ବ ସରକାରଙ୍କ ନିଷ୍ପତ୍ତିକୁ ଲାଗୁ କରି ବାହାବା ନେବାକୁ ଚେଷ୍ଟା କରୁଛି ମୋହନ ସରକାର ।

lenin

କନକ ବ୍ୟୁରୋ : କାହା ଯୋଜନାକୁ କିଏ କରୁଛି ଅନୁକରଣ, ବିଜେଡି ଓ ବିଜେପି ମଧ୍ୟରେ କଥା କଟାକଟି ହୋଇଛି । ବିଜେଡିର ଅଭିଯୋଗ, ପୂର୍ବ ସରକାରଙ୍କ ନିଷ୍ପତ୍ତିକୁ ଲାଗୁ କରି ବାହାବା ନେବାକୁ ଚେଷ୍ଟା କରୁଛି ମୋହନ ସରକାର । ଯାହା ବି ନିଷ୍ପତ୍ତି ନେଉଛନ୍ତି ତାହା ପୂର୍ବ ସରକାରର ଅନୁକରଣ । କିଛି ଦିନ ତଳେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରୁତୁସ୍ରାବ ପାଇଁ ଅତିରିକ୍ତ ୧୦ ଦିନ ଛୁଟି ମହିଳାଙ୍କୁ ଦିଆଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ବିଜେଡ଼ି ସରକାର ଏ ନିଷ୍ପତ୍ତି ନେଇ ସାରିଥିଲେ । ସେହିପରି ପଦ୍ମ ବିଜେତାଙ୍କୁ ମାସିକ ୩୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ପୂର୍ବ ସରକାର ମାସିକ ୨୫ ହଜାର ଟଙ୍କା ଦେବାକୁ ଘୋଷଣା କରି ସାରିଥିଲେ ବୋଲି ଦଳର ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ।

ଲେନିନ୍ ମହାନ୍ତି କହିଛନ୍ତି, ମୋହନ ସରକାରକୁ ଆଜିକୁ ପ୍ରାୟ ୫ମାସ ପୁରିବାକୁ ବସିଲାଣି । କିନ୍ତୁ ପ୍ରତ୍ୟେର କ୍ଷେତ୍ରରେ ଏ ସରକାର ଖାଲି ଡିଣ୍ଡିମ ପିଟୁଛି । ଖାଲି ରଙ୍ଗ ପରିବର୍ତ୍ତନ କରିଛି ନଚେତ୍ ଯୋଜନାକୁ କପି କରାଯାଉଛି । ବାଃ ବାଃ ନେବା ପାଇଁ ଉଦ୍ୟମ କରାଯାଉଛି । ଏହା ବ୍ୟତିତ ଏ ସରକାରର କିଛି କାମ ନାହିଁ । ଲୋକେ ସୁଯୋଗ ଦେଇଛନ୍ତି । କିଛି ନୂଆ କରିବା କଥା କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଏ ସରକାର ଫେଲ ମାରିଛନ୍ତି । ଆଇନଶୃଙ୍ଖଳା ବିଗିଡିବାକୁ ବସିଲାଣି । ଏହାଉପରେ କୌଣସି ପଦକ୍ଷେପ ନିଆଯାଉନି । ସେହିପରି ଲେଖାଶ୍ରୀ ମଧ୍ୟ ବିଭିନ୍ନ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ୍ କରିଛନ୍ତି ଏବଂ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପରେ ବର୍ଷିଛନ୍ତି । 

ଲେଖାଶ୍ରୀ କହିଛନ୍ତି, ରାଜ୍ୟରେ ଯାହା ବି ଅସୁବାଧା ହେଲା, ସେ ସମସ୍ତ ଦୋଷ ତତ୍କାଳିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଣ୍ଡରେ ଲଦିଦେଇ ଖସିଯିବା ବିଜେପିର ଅଭ୍ୟାସ ହୋଇଗଲାଣି । ବିଜେପି ମନ୍ତ୍ରୀମାନେ ନିଜ ନିଜ ବିଭାଗ କଥା ନବୁଝି ଅନ୍ୟ ବିଭାଗରେ ନାକ ପୁରାଉଛନ୍ତି ବୋଲି କହି ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଟାର୍ଗେଟ୍ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe