କନକ ବ୍ୟୁରୋ: ବାଲେଶ୍ୱର ଏଫଏମ କଲେଜ ଅଘଟଣ ପରେ ସରକାରଙ୍କ ବଡ଼ ଘୋଷଣା। ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ 'ଶକ୍ତିଶ୍ରୀ' କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟକାରୀ ହେବ। ମୋହନ ସରକାରଙ୍କ ଏହି ନିଷ୍ପତ୍ତିକୁ ଶିକ୍ଷାବିତ୍ ଓ ଅଭିଭାବକ ସ୍ୱାଗତ କରିଛନ୍ତି । ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ ଶକ୍ତିଶ୍ରୀ କାର୍ଯ୍ୟକ୍ରମ। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଏହା କାର୍ଯ୍ୟକାରୀ ହେବ। ଆଉ ଛାତ୍ରୀ ନିର୍ଯାତିତ ହେଲେ ମୋବାଇଲର ଗୋଟାଏ କ୍ଲିକରେ ଶକ୍ତିଶ୍ରୀ ଆପରେ ନିଜ ପରିଚୟକୁ ଗୋପନ ରଖି ଅଭିଯୋଗ କରିପାରିବେ। ଏହାଦ୍ୱାରା ନିର୍ଯାତନା ମୁକ୍ତ ହେବ ଉଚ୍ଚଶିକ୍ଷାନୁଷ୍ଠାନ ।     
ଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବ ‘ଶକ୍ତିଶ୍ରୀ’
ଶିକ୍ଷାନୁଷ୍ଠାନରେ ସ୍ଥାୟୀ ‘ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର’ ସ୍ଥାପନ ହେବ  
ବଡ଼ କଥା ହେଉଛି ଏହା ଛାତ୍ରୀଙ୍କ ଦ୍ୱାରା ପରିଚାଳିତ ହେବ 
ଜଣେ ଛାତ୍ରୀ ‘ଶକ୍ତିଶ୍ରୀ ସାଥୀ’ ଓ ଜଣେ ଅଧ୍ୟାପିକା ‘ଶକ୍ତିଶ୍ରୀ ସଂଯୋଜିକା’ ଭାବେ ନିଯୁକ୍ତ ହେବେ 
୫ ଜଣ ବିଶିଷ୍ଟ କାର୍ଯ୍ୟରତ ମହିଳା ‘ଶକ୍ତି ଅପା’ ଭାବେ କାମ କରିବେ 
ଛାତ୍ରୀଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଓ ଆଇନଗତ ଅଧିକାର ନେଇ ଶିକ୍ଷା ଦିଆଯିବ 
“ଶକ୍ତିଶ୍ରୀ ଆପ୍‌” ନାମରେ ଏକ ନୂତନ ମୋବାଇଲ ଆପ୍ କାର୍ଯ୍ୟକାରୀ ହେବ
ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ୧୬ ବିଶ୍ୱବିଦ୍ୟାଳୟ ଓ ୭୩୦ ମହିବିଦ୍ୟାଳୟରେ କାର୍ଯ୍ୟକାରୀ ହେବ ଶକ୍ତିଶ୍ରୀ । 

Advertisment

ଶିକ୍ଷାରେ ମନ୍ଦିରରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ସରକାର ଉଠାଇଥିବା ପଦକ୍ଷେପକୁ ଶିକ୍ଷାବିତ ଓ ଅଭିଭାବକ ସ୍ୱାଗତ କରିଛନ୍ତି । ହେଲେ ଏହାର କାର୍ଯ୍ୟକାରୀତାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । କହିଛନ୍ତି ସରକାର କେବଳ ଯୋଜନା ଘୋଷଣା କରି ରୂପାୟନର ତଦାରଖ ନକଲେ ଛାତ୍ରୀ ସୁରକ୍ଷା ପଦକ୍ଷେପ ପ୍ରହସନ ପାଲଟିବ । ସାଧାରଣରେ ଚର୍ଚ୍ଚା ହେଉଛି, ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଅଘଟଣକୁ ନେଇ ସରକାର ଓ ପ୍ରଶାସନ ଯେତିକି ତତ୍ପରତା ଦେଖାଉଛନ୍ତି। ପୂର୍ବରୁ ନାରୀ ନିର୍ଯାତନା ରୋକିବାକୁ ସେତିକି ସତର୍କ ଓ କଠୋର ହୋଇଥିଲେ ଆଜି ଏଭଳି ଦିନ ଦେଖିବାକୁ ପଡିନଥାନ୍ତା ।