କନକ ବ୍ୟୁରୋ : ଅଦିନିଆ ବର୍ଷା ଭାଙ୍ଗିଦେଇଛି ଚାଷୀଙ୍କ ଅଂଟା । ସରକାରୀ ସହାୟତାକୁ ଚାଷୀ ଅପେକ୍ଷା କରି ରହିଥିବାବେଳେ ଚାଷୀ ମୃତ୍ୟୁ ଅଭିଯୋଗ ବି ଆସୁଛି । ଏହାପରେ ଆକ୍ସନକୁ ଆସିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତି ସମୀକ୍ଷା କରି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । 

Advertisment

ଚାଷୀଙ୍କୁ ମିଳିବ କ୍ଷତିପୂରଣ 
- ୩୦ ତାରିଖ ମଧ୍ୟରେ ଚିହ୍ନଟ ହେବେ କ୍ଷତିଗ୍ରସ୍ତ ଚାଷୀ
- ବୀମାଭୁକ୍ତ ଚାଷୀଙ୍କୁ ୨୯ସୁଦ୍ଧା ଆବେଦନ କରିବାକୁ ଅପିଲ
- ଡିବିଟି ମାଧ୍ୟମରେ କ୍ଷତିପୂରଣ ଦିଆଯିବ 
- ବୀମା କମ୍ପାନୀଙ୍କ ସହ  ରିପୋର୍ଟ ନେଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ 
- ଏ ଯାଏଁ ୧ ଲକ୍ଷ ୨୬ ହଜାର ଚାଷୀ ପ୍ରଭାବିତ  ହୋଇଛନ୍ତି
- କାଲି ସୁଦ୍ଧା ଚାଷୀ ନିଜର କ୍ଷୟକ୍ଷତି ବାବଦରେ ଅଭିଯେୋଗ କରନ୍ତୁ
- କୃଷିରକ୍ଷକ ଆପ୍ଲିକେସନରେ କ୍ଷୟକ୍ଷତି ବାବଦରେ ଅଭିଯୋଗ କରିବାକୁ କୁହାଯାଇଛି
-୧୪, ୪୪୭ ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିପାରିବେ ଚାଷୀ

ମଣ୍ଡିରେ  ୭୦ରୁ ୯୦ ପ୍ରତିଶତ ଧାନ ଉଠିନାହିଁ । ୫ ଚାଷୀଙ୍କ ମୃତ୍ୟୁ ଅଭିଯୋଗ ବି ଆସିଛି ।  ଆଉ ଏହାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି। ରାଜା ସ୍ବାଇଁ କହିଛନ୍ତି, ସର୍ବଦଳୀୟ ବୈଠକ ଡାକନ୍ତୁ ସରକାର । ଚାଷୀ ସଙ୍ଗଠନ ସହ ଆଲୋଚନା କରି ଚାଷୀ କୂଳକୁ ଉଦ୍ଧାର କରନ୍ତୁ। ବର୍ଷା ପାଇଁ ଧାନ ରଙ୍ଗ ବଦଳିଗଲା । ସେ ଧାନକୁ ସରକାର ଉଠାଇବେ ନା ନାହିଁ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ରାଜା ସ୍ବାଇଁ ।