କନକ ବ୍ୟୁରୋ: କେଉଁଠି ଚାଲିବାକୁ ପଡ଼ୁଛି କିଲୋମିଟରରୁ କିଲୋମିଟର । କେଉଁଠି ଦେଢ଼ କିଲୋମିଟର ଚଢ଼ିବାକୁ ପଡ଼ୁଛି ପାହାଡ଼ । ପୁଣି କେଉଁଠି ୫୦ ବର୍ଷ ହେଲା ସୁଧୁରୁନି ସମସ୍ୟା । ଓଡ଼ିଶାର ଗ୍ରାମାଞ୍ଚଳରେ ଏ ହେଉଛି ଆଜି ଦିନରେ ଜଳସଂଗ୍ରାମ । ରାଜ୍ୟରେ ବିଶୁଦ୍ଧ ପାଣି ଯୋଗାଇବାକୁ ସରକାର ପ୍ରତିଶ୍ରୁତି ଦେଉଛନ୍ତି । ହେଲେ ଅନେକ ଗାଁରେ ଆଜି ବି ବିଶୁଦ୍ଧ ଛାଡ଼ ଖାଲି ପାଣି ମୁନ୍ଦାଏ ପିଇବାକୁ ମିଳୁନି ।
ପାନୀୟଜଳ ସଂଗ୍ରହ ଲାଗି ଚାଲିଛି ସଂଘର୍ଷ । କେଉଁଠି ତତଲା ବାଲିରେ ନ ଚାଲିଲେ ପାଣି ମିଳୁନାହିଁ ତ କେଉଁଠି ପାହାଡ଼ ନ ଚଢ଼ିଲେ ତଣ୍ଟି ଶୁଖୁନି । ଜୟପାଟଣା ଭଳି ଉପାନ୍ତ ଇଲାକାରେ ନଳକୂଅରୁ ବାହାରୁଥିବା ଆଇରନ୍ ପାଣିରେ ଶୋଷ ମେଣ୍ଟାଇବାକୁ ଉଦ୍ୟମ କରୁଛି ଲୋକେ । ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅଣ୍ଟାଙ୍ଗମେରା ଗାଁରେ ଲୋକେ ପାଣି ପାଇଁ ଦେଢକିଲୋମିଟର ଚାଲୁଛନ୍ତି । ଅଳ୍ପ ବହୁତେ ଅନ୍ୟ ସ୍ଥାନରେ ବି ପାଣି ପାଇଁ ଚାଲିଛି ସଂଘର୍ଷ ।
ପ୍ରତି ପରିବାରକୁ ବିଶୁଦ୍ଧ ପାଣି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର। ତେବେ ମାତ୍ର ୧୬ଟି ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ ସରିଛି। ଆହୁରି ୧୯୧ଟି ପ୍ରକଳ୍ପ ସରିବାକୁ ବାକି ଅଛି। ଯେଉଁଥିରୁ ୯୮ଟି ରହିଛି ୧୨ଟି ଅତି ଆଦିବାସୀପ୍ରବଣ ଜିଲ୍ଲାରେ। ରାଜ୍ୟର ମୋଟ୍ ୫୪ ପ୍ରତିଶତ ପରିବାରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉଥିବା ସରକାର କହୁଛନ୍ତି। ଏପରିକି ୬୭୯୪ ପଞ୍ଚାୟତର ୫୨, ୩୬୮ ୱାର୍ଡରେ ପାଇପ୍ ଯୋଗେ ପାନୀୟଜଳ ଦିଆଯାଉଛି। ଆହୁରି ୪୦, ୧୯୩ ୱାର୍ଡକୁ ପାଇପ୍ ପାଣି ଯିବାର ପ୍ରସ୍ତାବ ଥିବାବେଳେ ୨୦୨୬ ଜୁନ୍ ସୁଦ୍ଧା ସବୁ ଗାଁରେ ପାଇପ୍ ପାଣି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଗୋଟିଏ ପଟେ ପାଣି ମିଳୁନି, କିନ୍ତୁ ଜୋର ହେଉଛି ରାଜନୀତି ।
ଏଥର ବଜେଟରେ ପିଇବା ପାଣି ପାଇଁ ମୋଟ ୯ ହଜାର ୭୫୦ କୋଟିର ବ୍ୟୟବରାଦ ହୋଇଛି । ଶହ ଶହ କୋଟି ଶୂନ୍ୟରେ ଉଡୁଥିବାବେଳେ ଗାଁ ଲୋକେ ଆଜି ବି ପାଣି ମୁନ୍ଦାଏ ପାଇଁ ନାକରେ କାନ୍ଦୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/03/03/eeIh6gMp5GyXRO5Z3EkJ.jpg)