କନକ ବ୍ୟୁରୋ : ପିଇବା ପାଣି ପାଇଁ ହନ୍ତସନ୍ତ କାକଟପୁର-ଅସ୍ତରଙ୍ଗ ବ୍ଲକର ୧୨ ପଞ୍ଚାୟତ। ବସୁଧା ଯୋଜନାରେ ସଠିକ୍ ଢଙ୍ଗରେ ପାଣି ଆସୁନାହିଁ। ବାଲଟିଏ ପାଣି ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଅନେକ ସ୍ଥାନରେ ପାଇପ ଫାଟି ଯାଇଥିବା ବେଳେ ନିମାପଡ଼ା ଜଳ ଯୋଗାଣ ବିଭାଗ ସମସ୍ୟାର ସମାଧାନ କରୁନାହିଁ। ସେପଟେ ଗାଁ ଗୁଡ଼ିକ ସମୁଦ୍ରକୂଳରେ ରହିଥିବାରୁ ଭୂତଳ ଜଳ ଲୁଣିଆ ଏବଂ ଆଇରନ୍ ଯୁକ୍ତ। ତେଣୁ ସରକାରୀ ପାଣି ଉପରେ ଭରସା କରନ୍ତି ଗାଁ ଲୋକ। ହେଲେ ୨ଦିନରେ ଥରେ ଆସେ ପାଣି ଟ୍ୟାଙ୍କର।
ଗୋପ ବ୍ଲକ ଅନ୍ତର୍ଗତ ବଡ଼ କୁନ୍ଦୁରା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦେଢ଼ମାସ ଧରି ପାଣି ସମସ୍ୟା ଲାଗି ରହିଛି। ଅଭିଯୋଗ କଲେ ବି ସମାଧାନ ହୋଇପାରୁନାହିଁ । ପରଘରୁ ପାଣି ଆଣି ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଛି। ପିଇବା ପାଣି ଯୋଗାଇ ଦେବା ଲାଗି ଗଣମାଧ୍ୟମ ଜରିଆରେ ସରକାରଙ୍କୁ ହାତଯୋଡି ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ ।
ସେପଟେ କେନ୍ଦୁଝର ଘଷିପୁରା ବ୍ଲକ୍ ବାତୋ ପଞ୍ଚାୟତରେ କିଛି ଅସାଧୁ ଲୋକେ ପାଇପ୍ ଲଇନରେ ମଟର ଲଗାଇ ପାଣି ଶୋଷି ନେଉଛନ୍ତି। ତେଣୁ ସବୁ ଲୋକମାନଙ୍କ ଘରକୁ ପାଣି ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ଆଠ ମାସ ଧରି ଲୋକେ ଏଭଳି ଅଭିଯୋଗ କରିଆସୁଥିଲେ ମଧ୍ୟ ସମାଧାନ ହୋଇପାରୁ ନାହିଁ । ତେଣୁ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/02/21/iSOA85ECjEUvYM8NpILr.jpg)