କନକ ବ୍ୟୁରୋ: ବଦଳିବ ଆମ ଓଡିଶା ନବୀନ ଓଡିଶାର ନାମ । ବିକଶିତ ଗାଁ ବିକଶିତ ଓଡିଶା ନାଁରେ ଚାଲିବ କାର୍ଯ୍ୟକ୍ରମ । ଏନେଇ ଦୁଇ ଦିନ ଭିତରେ ଗାଇଡ ଲାଇନ ଆଣୁଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ତାଙ୍କ କହିବା ମୁତାବକ, ଏହି କାର୍ଯ୍ୟକ୍ରମରେ, ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ । ଏବଂ ତା ସହିତ ପଞ୍ଚାୟତ ପ୍ରତିନିଧିଙ୍କୁ ଦିଆଯିବ କ୍ଷମତା । ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁ ଆଉ ପଞ୍ଚାୟତର ବିକାଶ ହେବ । ତେବେ ଅନୁସୂଚିତ ଜନଜାତି ଅଞ୍ଚଳରେ ପେଶା ଆଇନ ଲାଗୁ ହେବ, ଅନ୍ୟ ସବୁ ଅଞ୍ଚଳରେ ଗ୍ରାମ ସଭା ଏବଂ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ । ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ । ଲୋକଙ୍କ ଆଭିମୁଖ୍ୟକୁ ନେଇ ଗାଇଡଲାଇନ ଆସୁଛି । ଆମ ଓଡିଶା ନବୀନ ଓଡ଼ିଶାରେ ପଞ୍ଚାୟତ ପ୍ରତିନିଧି ପ୍ରଥମ ଥର ଆନ୍ଦୋଳନକୁ ଓହ୍ଲାଇଥିଲେ, କୋଭିଡ ସମୟରେ ପୂର୍ବ ସରକାର ସେମାନଙ୍କୁ ଜିଲ୍ଲାପାଳ ଆଖ୍ୟା ଦେଲେ, ହେଲେ ପରେ କ୍ଷମତା ହଟାଇ ଦେଲେ କିନ୍ତୁ ବିଜେପି ସରକାର ଲୋକଙ୍କ ଅନୁସାରେ କାମ କରିବ । ଆଉ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସଶକ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ବଦଳିବ ଆମ ଓଡିଶା ନବୀନ ଓଡିଶାର ନାମ । ବିକଶିତ ଗାଁ ବିକଶିତ ଓଡିଶା ନାଁରେ ଚାଲିବ କାର୍ଯ୍ୟକ୍ରମ । ଦୁଇ ଦିନ ଭିତରେ ଗାଇଡଲାଇନ ଆଣୁଛନ୍ତି ସରକାର
ବଦଳିବ ଆମ ଓଡିଶା ନବୀନ ଓଡିଶାର ନାମ । ବିକଶିତ ଗାଁ ବିକଶିତ ଓଡିଶା ନାଁରେ ଚାଲିବ କାର୍ଯ୍ୟକ୍ରମ । ଏନେଇ ଦୁଇ ଦିନ ଭିତରେ ଗାଇଡ ଲାଇନ ଆଣୁଛନ୍ତି ସରକାର
/kanak/media/media_files/2024/10/19/fm1xLFNYyLA8158iRdkX.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)