କନକ ବ୍ୟୁରୋ : ଦୀର୍ଘ କିଛି ଦିନ ହେବ ପ୍ରଶାସନିକ ଉଦାସୀନତା ସରକାରଙ୍କୁ ଅକଳରେ ପକାଉଥିଲା । ହେଲେ ପ୍ରଶାସନକୁ ଚଳଚଞ୍ଚଳ କରିବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ସରକାର । ଗତକାଲି ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳରୁ ଏହାର ସଂକେତ ମିଳିଛି । ଅଧା ଓଡ଼ିଶାର ଜିଲ୍ଲାପାଳ ବଦଳିଛନ୍ତି । ବଡ଼ ବଡ଼ ବିଭାଗରେ ନୂଆ ମୁଖିଆଙ୍କୁ ଦାୟିତ୍ବ ମିଳିଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଭାବେ ହେମନ୍ତ ଶର୍ମାଙ୍କ କାନ୍ଧରେ ସରକାରଙ୍କ ଛବି ସୁଧାରିବାର ଗୁରୁ ଦାୟିତ୍ବ ରହିଛି । ୩ ମହାନଗର ନିଗମରେ କମିଶନରଙ୍କୁ ବଦଳି କରିଛନ୍ତି ସରକାର । ଚଞ୍ଚଳ ରାଣାଙ୍କୁ ବିଏମସି କମିଶନର ଭାବେ ଦାୟିତ୍ବ ମିଳିଛି । ମୋଟ ୪୯ ଜଣ ଆଇଏଏସଙ୍କୁ ଅଦଳବଦଳ କରି ଝୁଣ୍ଟି ପଡିଥିବା ବ୍ୟବସ୍ଥାକୁ ଏବେ ରକେଟ ବେଗରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଆଉ ନୂଆ ଟିମରେ ୟଙ୍ଗ୍ ଅଫିସରଙ୍କୁ ସାମ୍ନାକୁ ଆଣିଛନ୍ତି । ଏହାସହ ସରକାରୀ ଓକିଲ ନିଯୁକ୍ତି ପ୍ରକିୟା ନେଇ ବାଟ ଫିଟିଛି ।
ଆଇଏଏସ ସ୍ତରରେ ପରିବର୍ତ୍ତନ ପରେ ଆଗକୁ ଆଇପିଏସ ସ୍ତରରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି । ଆଇନଶୃଙ୍ଖଳାରେ ସୁଧାର ଆଣିବାକୁ ନୂଆ ଟିମ୍ ବାଛୁଛନ୍ତି ମୋହନ । କେବଳ ପ୍ରଶାସନ ନୁହେଁ ସରକାର ଓ ସଙ୍ଗଠନରେ ମଧ୍ୟ ଦେଖିବାକୁ ମିଳିବ ନୂଆ ଚେହେରା । ବିଜେପି ମୁଖିଆ ଦିଲ୍ଲୀ ଗସ୍ତରୁ ଫେରିବା ପରେ ନିଜର ନୂଆ ଟିମ୍ ବାଛିବେ । ନିଗମ ଓ ବୋର୍ଡ ପାଇଁ ତାଲିକା ମଧ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏସବୁ ଭିତରେ ସମସ୍ତଙ୍କ ନଜର ଅଟିକିଛି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଉପରେ । ଯେଉଁଥିରେ ଖୁବଶୀଘ୍ର ମୋହର ମାରିପାରନ୍ତି ମୋହନ । ପ୍ରଶାସନ, ସରକାର, ସଙ୍ଗଠନ । ସବୁଠି ପରିବର୍ତ୍ତନ କରି ନୂଆ ଟିମକୁ ନେଇ ଆଗକୁ ବଢିବାକୁ ନୀଳନକ୍ସା ପ୍ରସ୍ତୁତ କରୁଛନ୍ତି ମୋହନ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/23/babu-2025-07-23-20-01-07.jpg)