ଚାଷୀଙ୍କୁ ଆଶ୍ୱସ୍ତ କଲେ ସରକାର । ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ଅଦିନିଆ ବର୍ଷା

Advertisment

ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତିର କ୍ଷତକୁ ଭରଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ସାମିଲ କରି ଫସଲବୀମା କରିନଥିବା ଚାଷୀଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କାରଣ ଏହାଦ୍ବାରା ଚାଷୀଙ୍କୁ କ୍ଷତିପୂରଣ ମିଳିବା ନିଶ୍ଚିତ ହୋଇଛି।

ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତିର କ୍ଷତକୁ ଭରଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ସାମିଲ କରି ଫସଲବୀମା କରିନଥିବା ଚାଷୀଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କାରଣ ଏହାଦ୍ବାରା ଚାଷୀଙ୍କୁ କ୍ଷତିପୂରଣ ମିଳିବା ନିଶ୍ଚିତ ହୋଇଛି।

ଚାଷୀଙ୍କୁ ମୋହନ ମଲମ

ଚାଷୀଙ୍କୁ ମୋହନ ମଲମ Photograph: (KanakNews )

କନକ ବ୍ୟୁରୋ: ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତିର କ୍ଷତକୁ ଭରଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ସାମିଲ କରି ଫସଲବୀମା କରିନଥିବା ଚାଷୀଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କାରଣ ଏହାଦ୍ବାରା ଚାଷୀଙ୍କୁ କ୍ଷତିପୂରଣ ମିଳିବା ନିଶ୍ଚିତ ହୋଇଛି।

  • ଚାଷୀଙ୍କୁ ଆଶ୍ୱସ୍ତ କଲେ ସରକାର
  • ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ଅଦିନିଆ ବର୍ଷା

ଅଦିନିଆ ଲଗାଣ ବର୍ଷାର କ୍ଷୟକ୍ଷତି ଚାଷୀଙ୍କ ନିଦ ଛଡାଇ ନେଇଥିବା ବେଳେ ଆଶ୍ବସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ତାଲିକାକୁ ଆଣି କ୍ଷତିପୂରଣର ଗ୍ୟାରେଣ୍ଟି ଦେଇଛନ୍ତି ସରକାର। ପ୍ରଥମଥର ପାଇଁ ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ସାମିଲ ହୋଇଛି। ଏହାଦ୍ବାରା ଫସଲବୀମା କରିନଥିବା ଚାଷୀଙ୍କୁ ବି ସରକାର ଦେବେ କ୍ଷତିପୂରଣ।

  • କ୍ଷତିଗ୍ରସ୍ତ ଚାଷୀଙ୍କୁ ଏସଡିଆରଏଫ୍ ଫଣ୍ଡରୁ ଦିଆଯିବ କ୍ଷତିପୂରଣ
  • ୩୩%ରୁ ଅଧିକ କ୍ଷୟକ୍ଷତି ହୋଇଥିଲେ ମିଳିବ କ୍ଷତିପୂରଣ
  • ୨ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩% ଅଧିକ କ୍ଷୟକ୍ଷତି
  • ୬ ଲକ୍ଷ ୬୬ ହଜାର ୭୨୦ ଚାଷୀଙ୍କୁ ମିଳିବ କ୍ଷତିପୂରଣ
  • ଏସଡିଆରଏଫ ଫଣ୍ଡରୁ ଦିଆଯିବ ୨୯୧ କୋଟି ୬୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ଜିଲ୍ଲାପାଳଙ୍କ କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ପରେ ରାଜ୍ୟ ସରକାର ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ରୂପେ ଘୋଷଣା କରିଛନ୍ତି। ଏହି ରିପୋର୍ଟ ଆଧାରରେ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ରାଜ୍ୟର ଅନୁରୋଧ ରକ୍ଷା କରି କେନ୍ଦ୍ର ଫସଲ ବୀମା ପଞ୍ଜୀକରଣ ଅବଧି ବୃଦ୍ଧି କରିଥିଲେ। ଫଳରେ ୨ ଲକ୍ଷ ୬୧ ହଜାର ଚାଷୀ ପଞ୍ଜୀକରଣ କରିପାରିଲେ। ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ଆଜିଠୁ କ୍ଷତିପୂରଣ ଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ ସାମିଲ ହେବା ଚାଷୀଙ୍କ ପାଇଁ ଖୁସି ଖବର ଆଣିଦେଇଛି। ଏହାଦ୍ବାରା ଚାଷୀଙ୍କୁ କ୍ଷତିପୂରଣ ମିଳିବା ନିଶ୍ଚିତ ହୋଇଛି। କେବଳ ଏସଡିଆରଏଫ ଫଣ୍ଡ ନୁହେଁ ବରଂ କେନ୍ଦ୍ରୀୟ ସହାୟତା ପାଇଁ ମଧ୍ୟ ବାଟ ଫିଟିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe