କନକ ବ୍ୟୁରୋ: ଏସଆଇ ପରୀକ୍ଷା ବାତିଲ ନେଇ ସରକାରଙ୍କ ଛାନଭିନ୍ । ସବୁ ବିଭାଗକୁ ରିପୋର୍ଟ ମାଗିଲେ ରାଜ୍ୟ ସରକାର । ଜୁନ୍ ୨୦୨୪ରୁ ଆଜି ସୁଦ୍ଧା ଯେଉଁ ସବୁ ପରୀକ୍ଷା ବାତିଲ ହେଇଛି ତାର ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବା ପାଇଁ ନିର୍ଦ୍ଦେଶ । ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ, ଓଡ଼ିଶା ପୁଲିସ ରାଜ୍ୟ ଚୟନ ବୋର୍ଡର ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ, ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିସନ, ରାଜ୍ୟ ଉଚ୍ଚ ଶିକ୍ଷା ଚୟନ ବୋର୍ଡକୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଚିଠି ଲେଖି ରିପୋର୍ଟ ତଲବ କରିଛି । ସେପଟେ ପରୀକ୍ଷା କେଳେଙ୍କାରୀ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଘଟଣାକୁ ନେଇ ଓପିଆରବିର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । କ୍ରାଇମବ୍ରାଞ୍ଚର ଜେରାରେ କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।
ଜୁନ୍ ୨୦୨୪ରୁ କେତେ ନିଯୁକ୍ତି ପରୀକ୍ଷା ବାତିଲ ହୋଇଛି? ସବୁ ବିଭାଗକୁ ରିପୋର୍ଟ ମାଗିଲେ ସରକାର
ଜୁନ୍ ୨୦୨୪ରୁ କେତେ ନିଯୁକ୍ତି ପରୀକ୍ଷା ହୋଇଛି ବାତିଲ । ସବୁ ବିଭାଗକୁ ରିପୋର୍ଟ ମାଗିଲେ ସରକାର । ସେପଟେ ଏସଆଇ ପରୀକ୍ଷା କେଳେଙ୍କାରୀକୁ ନେଇ ବସିଥିବା ବୈଠକ ଶେଷ । ପୁଲିସ୍ ନିଯୁକ୍ତି ବୋର୍ଡ ଅଧ୍ୟକ୍ଷ କହିଲେ ତଦନ୍ତ ପରେ ନିଆଯିବ ପଦକ୍ଷେପ ।
/kanak/media/media_files/2025/10/05/03-2025-10-05-07-48-03.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)