କୂଳ ଖାଉଛି ସୁବର୍ଣ୍ଣରେଖା: ନାହିଁ ପଥରବନ୍ଧ, ଭୟଭୀତ ଗାଁ ଲୋକ

ଗତିପଥ ବଦଳାଇ ଗାଁ ଆଡ଼କୁ ମାଡ଼ିଆସୁଛି ସୁବର୍ଣ୍ଣରେଖା ନଦୀ। ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି ଜଳେଶ୍ବର ବ୍ଲକ ପାଇକଶିଦା ପଞ୍ଚାୟତର ଚିତିମିଶ୍ରା ଗାଁ ସହ ଆଖପାଖ ୫ଖଣ୍ଡ ଗାଁ । ଚିତିମିଶ୍ରା ଗାଁଟି ନଦୀ କୂଳରେ ରହିଛି ।

16

Photograph: (kanak news)

କନକ ବ୍ୟୁରୋ: କୂଳ ଖାଇ ଗାଁ ମୁହାଁ ହେଉଛି ସୁବର୍ଣ୍ଣରେଖା ନଦୀ । ପଥରବନ୍ଧ ନଥିବାରୁ ବିପଦ ମୁହଁରେ ପଡ଼ିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ପାଇକଶିଦା ପଞ୍ଚାୟତର ଅନେକ ଗାଁ । ଯାହାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ନଈକୂଳିଆ ବାସିନ୍ଦା ।

ଗତିପଥ ବଦଳାଇ ଗାଁ ଆଡ଼କୁ ମାଡ଼ିଆସୁଛି ସୁବର୍ଣ୍ଣରେଖା ନଦୀ। ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି ଜଳେଶ୍ବର ବ୍ଲକ ପାଇକଶିଦା ପଞ୍ଚାୟତର ଚିତିମିଶ୍ରା ଗାଁ ସହ ଆଖପାଖ ୫ଖଣ୍ଡ ଗାଁ । ଚିତିମିଶ୍ରା ଗାଁଟି ନଦୀ କୂଳରେ ରହିଛି । ଏହାର ସୁରକ୍ଷା ପାଇଁ ୨୫ ବର୍ଷ ତଳେ ୩ଟି ସ୍ପର ନିର୍ମାଣ କରାଯାଇଥିଲା । ହେଲେ ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ୬ ଥର ବନ୍ୟା ଆସି ଏଗୁଡ଼ିକ ନଷ୍ଟ ହୋଇଯାଇଛି। ପାଖାପାଖି ୧୦୦ ମିଟର କୂଳ ଖାଇ ଗାଁ ଆଡ଼କୁ ମାଡ଼ିଆସିଛି ସୁବର୍ଣ୍ଣରେଖା।   

ପୂର୍ବରୁ ଚିତିମିଶ୍ରା ଗାଁର ୧୫ରୁ ଅଧିକ ଘର ନଦୀ ଗର୍ଭରେ ହଜିଯାଇଛି। ଲୋକେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି। ନଦୀ ଯେଉଁ ଭଳି କୂଳ ଖାଉଛି ଗୋଟିଏ କି ୨ ବର୍ଷ ମଧ୍ୟରେ ଏହା ନଦୀବନ୍ଧ ଭାଙ୍ଗି ଗାଁ ଭିତରକୁ ଚାଲିଆସିବ। ଖାଲି ଏହି ଗୋଟିଏ ଗାଁ ନୁହେଁ, ପାଇକଶିଦା ପଞ୍ଚାୟତର ଅନେକ ଗାଁ କ୍ଷତିଗ୍ରସ୍ତ ହେବ। ତେଣୁ ନଦୀ କୂଳରେ ସ୍ପର ସହ ପଥରବନ୍ଧ ନିର୍ମାଣ ପାଇଁ ହୋଇଛି ଦାବି ।

ବସ୍ତା ବ୍ଲକର ଚୋରା ଠାରୁ ବାଲିଆପାଳ ବ୍ଲକର ଚଡ଼ପାଳପଡ଼ା ପର୍ଯ୍ୟନ୍ତ ପାଖାପାଖି ୩ କିଲୋମିଟର ନଦୀ କୂଳ ଖାଇ ସାରିଲାଣି। ତୁରନ୍ତ ଏହାର ସୁରକ୍ଷା ଦିଗରେ ପଦକ୍ଷେପ ନେବା ଜରୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe