ଖତମ ହେଲା ସୁନା ଚୋରର ଖେଳ, ସିସିଟିଭିରେ କଏଦ ଦେଲା ଚୋରି କରି ଖସିଯାଉଥିବାର ଦୃଶ୍ୟ, ଭୁବନେଶ୍ୱରରେ ଖେଳାଇଛି ଆତଙ୍କ

Advertisment

ପ୍ରଫୁଲ୍ଲ, ଯିଏ ଆଖି ପିଛୁଲାକେ ମହିଳାଙ୍କ ବେକରୁ ସୁନା ଝାମ୍ପି ଫେରାର ହୋଇଯାଏ। ସୁନା ଝାମ୍ପି ଆତଙ୍କ ଖେଳାଉଥିଲା ଅଭିଯୁକ୍ତ, ବେକରୁ ସୁନା ଝାମ୍ପି କଳା ପଲସରରେ ଛୁ ମାରୁଥିଲା । କଳା ପଲସରରେ ଆତଙ୍କ ଖେଳାଇ ଖୀପ୍ର ବେଗରେ ଖସିଯାଉଥିଲା ଅପରାଧୀ । ଏହି ଅପରାଧୀକୁ ସହଯୋଗ କରୁଥିଲା ସାଥି ଫିରୋଜ, ଦୁଇ ଅପରାଧୀ କମିଶନରେଟ ପୁଲିସ ହାତରେ ଧରାପଡ଼ିବା ପରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । 

Updated On

ପ୍ରଫୁଲ୍ଲ, ଯିଏ ଆଖି ପିଛୁଲାକେ ମହିଳାଙ୍କ ବେକରୁ ସୁନା ଝାମ୍ପି ଫେରାର ହୋଇଯାଏ। ସୁନା ଝାମ୍ପି ଆତଙ୍କ ଖେଳାଉଥିଲା ଅଭିଯୁକ୍ତ, ବେକରୁ ସୁନା ଝାମ୍ପି କଳା ପଲସରରେ ଛୁ ମାରୁଥିଲା । କଳା ପଲସରରେ ଆତଙ୍କ ଖେଳାଇ ଖୀପ୍ର ବେଗରେ ଖସିଯାଉଥିଲା ଅପରାଧୀ । ଏହି ଅପରାଧୀକୁ ସହଯୋଗ କରୁଥିଲା ସାଥି ଫିରୋଜ, ଦୁଇ ଅପରାଧୀ କମିଶନରେଟ ପୁଲିସ ହାତରେ ଧରାପଡ଼ିବା ପରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । 

ଅଦ୍ୟତନ ହୋଇଛି
òiii\_\_\

କନକ ବ୍ୟୁରୋ : ଲୁଟେରା ରାଜା ପ୍ରଫୁଲ୍ଲ ନାୟକର ଖେଳ ଖତମ, ବହୁ ଛକାପଞ୍ଝା ପରେ ଲୁଟେରା ଜଣକୁ ଗିରଫ କରିଛି କମିସନରେଟ୍ ପୁଲିସ୍ । ଅଭିଯୁକ୍ତ ପ୍ରଫୁଲ୍ଲ ସହ ସହଯୋଗୀ ଫିରୋଜ ମଧ୍ୟ ଗିରଫ ହୋଇଛି । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚେନ୍ ଲୁଟ ପରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଏମାନଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଖୁବଶୀଘ୍ର ଏହି ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବାକୁ ପୁଲିସ ଯୋଜନା କରିଛି। 

ପ୍ରଫୁଲ୍ଲ, ଯିଏ ଆଖି ପିଛୁଲାକେ ମହିଳାଙ୍କ ବେକରୁ ସୁନା ଝାମ୍ପି ଫେରାର ହୋଇଯାଏ । ସୁନା ଝାମ୍ପି ଆତଙ୍କ ଖେଳାଉଥିଲା ଏହି ଅଭିଯୁକ୍ତ, ବେକରୁ ସୁନା ଝାମ୍ପି କଳା ପଲସରରେ ଛୁ ମାରୁଥିଲା।  କଳା ପଲସରରେ ଆତଙ୍କ ଖେଳାଇ ଖୀପ୍ର ବେଗରେ ଖସିଯାଉଛନ୍ତି ଅପରାଧୀ । ଏହି ଅପରାଧୀକୁ ସହଯୋଗ କରୁଥିଲା ସାଥି ଫିରୋଜ, ଦୁଇ ଅପରାଧୀ କମିଶନରେଟ ପୁଲିସ ହାତରେ ଧରାପଡ଼ିବା ପରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । 

ସେପଟେ ଏୟାରଫିଲ୍ଡ ଥାନା ଅଞ୍ଚଳରେ ମହିଳାଙ୍କ ବେକରୁ ସୁନା ଝାମ୍ପିବା ସମୟରେ ମହିଳାଙ୍କ ମୃ୍ତ୍ୟୁ ହୋଇଥିଲା। ଏହି ଘଟଣାରେ ପ୍ରଫୁଲ୍ଲ ଓ ଫିରୋଜଙ୍କ ଲିଙ୍କ୍ ଥିବା ଅନୁମାନ କରୁଛି ପୁଲିସ । ଦୁଇ ସିସିଟିଭି ଭିଜୁଆଲରେ ଉଭୟଙ୍କ ଅପରେସନର ଶୈଳୀ ଏକା ଭଳି ଲାଗୁଥିବାରୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି ପୁଲିସ ।  ଦୀର୍ଘ ଦିନ ଧରି ଭୁବନେଶ୍ବରରେ ଅପରାଧୀ ମାନେ ଏବେ ଉପରମୁହାଁ ହେଉଛନ୍ତି । ଅପରାଧୀ ଦମନ ପାଇଁ ପୁଲିସ ଧରପଗଡ଼ ଆରମ୍ଭ କରିବା ସହ ୪୮ ଘଣ୍ଟାରେ ୧୫ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ।

କିଛି ଦିନ ହେଲା ଅପରାଧୀଙ୍କ ଉତ୍ପାତ ଦେଖିବାକୁ ମିଳୁଛି, କେଉଁଠି ହାଣୁଛନ୍ତି ତ କେଉଁଠି ସୁନା ଝାମ୍ପି ଫେରାର ହେଉଛନ୍ତି। ଅପରାଧୀଙ୍କୁ ବାନ୍ଧି ଜେଲ ପଠାଇବା ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe