ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ପ୍ରଭାବିତ ହେଇପାରେ ସୁନା ଓ ରୁପା ଦର

Advertisment

ଯାହା ଆଶଙ୍କା କରାଯାଉଥିଲା ତାହା ହୋଇଛି । ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱର ଅର୍ଥନୀତି ଉପରେ ପକାଇବ । ଏଥିସହିତ ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ତିକ୍ତତା ଏଭଳି ସ୍ଥିତିରେ ପହଞ୍ଚିଛି ଯେ ବିଶ୍ୱ ବଜାରରେ ନିବେଶକମାନେ ସେମାନଙ୍କ ଟଙ୍କାକୁ ନେଇ ଚିନ୍ତିତ ଅଛନ୍ତି ।

ଯାହା ଆଶଙ୍କା କରାଯାଉଥିଲା ତାହା ହୋଇଛି । ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱର ଅର୍ଥନୀତି ଉପରେ ପକାଇବ । ଏଥିସହିତ ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ତିକ୍ତତା ଏଭଳି ସ୍ଥିତିରେ ପହଞ୍ଚିଛି ଯେ ବିଶ୍ୱ ବଜାରରେ ନିବେଶକମାନେ ସେମାନଙ୍କ ଟଙ୍କାକୁ ନେଇ ଚିନ୍ତିତ ଅଛନ୍ତି ।

Gold

Gold Photograph: (KanakNews)

କନକ ବ୍ୟୁରୋ: ଯାହା ଆଶଙ୍କା କରାଯାଉଥିଲା ତାହା ହୋଇଛି। ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱର ଅର୍ଥନୀତି ଉପରେ ପକାଇବ । ଏଥିସହିତ ଇରାନ୍ ଓ ଇସ୍ରାଏଲ୍ ମଧ୍ୟରେ ତିକ୍ତତା ଏଭଳି ସ୍ଥିତିରେ ପହଞ୍ଚିଛି ଯେ ବିଶ୍ୱ ବଜାରରେ ନିବେଶକମାନେ ସେମାନଙ୍କ ଟଙ୍କାକୁ ନେଇ ଚିନ୍ତିତ ଅଛନ୍ତି । ଏହି ସବୁ କାରଣର ସିଧାସଳଖ ପ୍ରଭାବ ଭାରତୀୟ ବଜାରରେ ସୁନା ଓ ରୂପା ଦର ଉପରେ ପଡ଼ିପାରେ । 


ଯୁଦ୍ଧ ଖବର ପ୍ରଚାର ହେବା ପରେ ନିବେଶକମାନେ ସେୟାର ବଜାରରୁ ଟଙ୍କା ଉଠାଇ ସୁନାରେ ନିବେଶ କରିବା ଆରମ୍ଭ କରିଛନ୍ତି। ବିଶେଷଜ୍ଞଙ୍କ ମତରେ ଅନିଶ୍ଚିତତାର ବାତାବରଣରେ ସୁନାକୁ ସବୁବେଳେ ସବୁଠାରୁ ସୁରକ୍ଷିତ ନିବେଶ ବୋଲି ବିବେଚନା କରାଯାଏ । ୨୦୨୬ ମସିହା ପ୍ରାରମ୍ଭରେ ସୁନା ଦର ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଥିଲା । 

ଆହୁରି ପଢ଼ନ୍ତ:ଏୟାରଷ୍ଟ୍ରାଇକରେ ଖେମିନିଙ୍କ ମୃତ୍ୟୁ, ଗଣମାଧ୍ୟମରେ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ


ଯଦି ଉତ୍ତେଜନା ଲାଗି ରହେ, ତେବେ ଘରୋଇ ବଜାରରେ ୧୦ ଗ୍ରାମ ସୁନାର ମୂଲ୍ୟ ୨ ଲକ୍ଷ ଟଙ୍କା ଛୁଇଁବ। କେବଳ ସୁନା ନୁହେଁ, ଶିଳ୍ପର ଚାହିଦା ଓ ଯୁଦ୍ଧର ଏହି ସ୍ଥିତି ଯୋଗୁଁ ରୂପା ଦରରେ ମଧ୍ୟ ତୀବ୍ର ବୃଦ୍ଧି ଦେଖାଦେଇପାରେ। ଶୁକ୍ରବାର ରୁପା ଦର ୧୦ ଗ୍ରାମ ପିଛା ୧୬ ହଜାର ଟଙ୍କାରେ ବନ୍ଦ ହୋଇଥିଲା । ବିଶେଷଜ୍ଞଙ୍କ ମତରେ ଯୁଦ୍ଧ ବେଳେ ଯୋଗାଣ ବନ୍ଦ ହେବ, ତାହେଲେ ରୂପା ଦର ପୁଣି ବଢ଼ିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe