କନକ ବ୍ୟୁରୋ: ବରଗଡରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇନାହିଁ । ବରଂ ନିଜ ପୁରୁଷ ବନ୍ଧୁଙ୍କ ସହ ମାରପିଟ ଯୋଗୁଁ ଯୁବତୀ ରକ୍ତାକ୍ତ ହୋଇଥିଲେ । ପ୍ରେସମିଟରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସପି। ସେପଟେ ବୁର୍ଲା ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଯୁବତୀଙ୍କ ଚିକିତ୍ସା ଚାଲିଛି।

Advertisment

ଧନୁଯାତ୍ରା ଦେଖିବା ପାଇଁ ଆସି ନିଖୋଜ ହୋଇଥିବା ଯୁବତୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଖ ଜଂଗଲରୁ ଉଦ୍ଧାର ହେବାପରେ ପୁରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା ।  ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁସାରେ,  ଧନୁଯାତ୍ରା ଦେଖିବାକୁ ଘରୁ ବାହାରିଥିଲେ ଯୁବତୀ । କିନ୍ତୁ ରାତି ୧୦ଟା ପରେ ଅଚାନକ ତାଙ୍କ ମୋବାଇଲ ସୁଇଚ୍ ଅପ୍ ହୋଇ ଯାଇଥିଲା । ଝିଅର ମୋବାଇଲ ସୁଇଚ୍ ଅଫ ଦେଖାଇବା ପରେ ବିଚଳିତ ହୋଇପଡିଥିଲେ ପରିବାର ଲୋକେ । ଏନେଇ ପାଖ ଥାନାରେ ଅଭିଯୋଗ କରିଥିଲେ । ଦୀର୍ଘ ଘଣ୍ଟା ତନାଘନା କରିବା  ପରେ ଯୁବତୀ ଜଣଙ୍କ ନିକଟସ୍ଥ ଜଂଗଲରେ ପଡିଥିବା ଦେଖିଥିଲେ । ଏନେଇ ପରିବାରକୁ ଖବର ଦେବା ପରେ ସେମାନ ଯାଇ ଉଦ୍ଧାର କରିଥିଲେ । ଏବଂ ତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା ।