ଜୀବନଯୁଦ୍ଧରେ ହାରିଗଲା ଚେତନା : ଅନେକ ଚେଷ୍ଟା ପରେ ବି କୁନିଝିଅକୁ ବଞ୍ଚାଇପାରିଲେନି

ଜୀବନ ଯୁଦ୍ଧରେ ହାରିଗଲା ଚେତନା, ଆମେ କହୁଛୁ ରାଜସ୍ଥାନର କୋଟପୁତଲିରେ ବୋରୱେଲରେ ପଡ଼ିଯାଇଥିବା ୩ ବର୍ଷର ଚେତନାର କଥା । ୨୨୦ ଘଣ୍ଟା ପରେ ନାବାଳିକାଙ୍କୁ ବାହାର କରି ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଚେତନାଙ୍କୁ ମୃତ ଘୋଷଣା କରିଥିଲେ

17chetna

କନକ ବ୍ୟୁରୋ: ଜୀବନ ଯୁଦ୍ଧରେ ହାରିଗଲା ଚେତନା, ଆମେ କହୁଛୁ ରାଜସ୍ଥାନର କୋଟପୁତଲିରେ ବୋରୱେଲରେ ପଡ଼ିଯାଇଥିବା ୩ ବର୍ଷର ଚେତନାର କଥା । ୨୨୦ ଘଣ୍ଟା ପରେ ନାବାଳିକାଙ୍କୁ ବାହାର କରି ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଚେତନାଙ୍କୁ ମୃତ ଘୋଷଣା କରିଥିଲେ । ନାବାଳିକାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି  । 

ଡିସେମ୍ବର ୨୩ ତାରିଖରେ ରାଜସ୍ଥାନର କୋଟପୁଟଲିର ବାଡିଆଲି ଗାଁରେ ୩ ବର୍ଷର ଚେତନା ବୋରୱେଲକୁ ଖସି ପଡ଼ିଥିଲା। ସେବେଠାରୁ ପ୍ରଶାସନ, ଏସଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ନାବାଳିକାଙ୍କୁ ଉଦ୍ଧାର କରିବା ରେ ଲାଗିପଡ଼ିଥିଲେ।ଏହି ଅପରେସନ ୧୦ ଦିନ ଧରି ଚାଲିଥିଲା ।ତିନି ବର୍ଷର ଚେତନାକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଇଥିଲା । ୧୦ ଦିନ ଧରି ଉଦ୍ଧାର କାର୍ୟ୍ୟ ଚାଲିଥିଲେ ମଧ୍ୟ ନାବାଳିକାକୁ ବଞ୍ଚାଇ ପାରିନଥିଲା । ଉଦ୍ଧାର କାର୍ୟ୍ୟରେ ବହୁ ଏସଡିଆରଏଫ ଓ ଏନଡିଆରଏଫ ଯବାନ ସାମିଲ ହୋଇଥିଲେ । ଏଥିସହ ଅଗ୍ନିଶମ ବାହିନୀ, ଜେସିବି ଓ ପୌର ପରିଷଦର ବହୁ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ମୁତୟନ ହୋଇଥିଲେ । ଏହାବ୍ୟତୀତ କୋଟପୁଟଲିର ୩ଟି ଥାନାର ଏସପି, ଏଏସପି, ଡିଏସପି ଓ ଏସଏଚଓ ମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ୩ ବର୍ଷର ଚେତନାକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe