ବଡ ସୂଚନା ଦେଲେ ପୁରୀ ଜିଲ୍ଲପାଳ । ଯାଞ୍ଚ ହେବ ଶ୍ରୀମନ୍ଦିରରେ ବ୍ୟବହାର କରାଯାଉଥିବା ଘିଅ ।

Advertisment

ତିରୁପତିରେ ପଶୁ ଚର୍ବିଯୁକ୍ତ ଘିଅରେ ଲଡୁ ପ୍ରସ୍ତୁତ ହେଉଥିବା ଖବର ଭିତରେ, ଶ୍ରୀମନ୍ଦିରରେ ଘିଅର ମାନ ନେଇ ପୁରୀ ଜିଲ୍ଲାପାଳଙ୍କ ବଡ ବୟାନ । ପୁରୀ ଜିଲ୍ଲାପାଳଙ୍କ କହିବା ମୁତାବକ, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି ।

puri ghee

କନକ ବ୍ୟୁରୋ: ତିରୁପତିରେ ପଶୁ ଚର୍ବିଯୁକ୍ତ ଘିଅରେ ଲଡୁ ପ୍ରସ୍ତୁତ ହେଉଥିବା ଖବର ଭିତରେ, ଶ୍ରୀମନ୍ଦିରରେ ଘିଅର ମାନ ନେଇ ପୁରୀ ଜିଲ୍ଲାପାଳଙ୍କ ବଡ ବୟାନ । ପୁରୀ ଜିଲ୍ଲାପାଳଙ୍କ କହିବା ମୁତାବକ, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି । ତେଣୁ ଖୁବଶୀଘ୍ର ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ । ଏନେଇ ସୁଆର, ମହାସୁଆର ନିଯୋଗ ସହ ଆଲୋଚନା କରାଯିବ । ଏହାପରେ ଖୁବଶୀଘ୍ର ମହାପ୍ରସାଦ ସହ ଦୀପରେ ବ୍ୟବହୃତ ହେଉଥିବା ଘିଅକୁ ଫୁଡ୍ ସେଫ୍ଟି ଅଫିସରଙ୍କ ଦ୍ୱାରା ଯାଞ୍ଚ କରାଯିବ । ତେବେ ମାନ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ । ଏନେଇ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe