କନକ ବ୍ୟୁରୋ : ତିରୁପତିଙ୍କ ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ମିଶିଛି ପଶୁଙ୍କ ଚର୍ବି ଓ ମାଛ ତେଲ । ଗୁଜରାଟରେ ଥିବା ରାଷ୍ଟ୍ରୀୟ ଡାଏରୀ ବିକାଶ ବୋର୍ଡର ପଶୁଧନ, ଖାଦ୍ୟ ବିଶ୍ଲେଷଣ ଓ ଅଧ୍ୟୟନ କେନ୍ଦ୍ରର ପ୍ରୟୋଗଶାଳା ଏହି ରିପୋର୍ଟ ଦେଇଛି । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏଭଳି ଅଭିଯୋଗ ଆଣିଥିଲେ । ଚନ୍ଦ୍ରବାବୁ ଅଭିଯୋଗ କରିଥିଲେ, ଜଗନମୋହନ ରେଡ୍ଡୀ ସରକାରଙ୍କ ସମୟରେ ଲଡୁ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ଓ ମାଛ ତେଲ ରହିଥିଲା ।  ଏହାପରେ ଘିଅର ନମୁନାକୁ ଯାଂଚ ପାଇଁ ଗୁଜରାଟ ପଠାଯାଇଥିଲା ।

Advertisment

ରିପୋର୍ଟ ଆସିବା ପରେ ଆନ୍ଧ୍ରପ୍ରଦେଶରେ  ଶାସକ ଦଳ ତେଲୁଗୁଦେଶମ ଓ ବିରୋଧୀ ୱାଇଏସଆର କଂଗ୍ରେସ  ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି ।  ୱାଇଏସଆର କଂଗ୍ରେସ କହିଛି, ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଅଭିଯୋଗ ଆଣିଛନ୍ତି ଚନ୍ଦ୍ରବାବୁ ନାଇଡୁ । ଟିଡିପି ଏହି ରିପୋର୍ଟ ସାମ୍ନାକୁ ଆଣିଛି । 

 ରିପୋର୍ଟରେ କୁହାଯାଇଛି , 
-ଲଡୁ ପାଇଁ ବ୍ୟବହୃତ ହେଉଥିବା ଘିଅରେ ପଶୁ ଚର୍ବି ରହିଥିଲା
-ଘିଅରେ ମାଛ ତେଲ ଓ ପଶୁ ଚର୍ବି ଥିଲା
-ଘିଅରେ ନିମ୍ନମାନର ସାମଗ୍ରୀ ବ୍ୟବହୃତ ହେଉଥିଲା
-ତିରୁପତିଙ୍କ ଭେଙ୍କେଟଶ୍ବର ମନ୍ଦିରରେ ଲଡୁ ଭୋଗ କରାଯାଇଥାଏ
-ମନ୍ଦିରର ପରିଚାଳନା ତିରୁପତି ତିରୁମାଳା ଦେବସ୍ଥାନମ କରିଥାଏ
-ଭକ୍ତଙ୍କ ପାଇଁ ଲଡୁ ବନାଯାଇଥାଏ
-ଏହି ଲଡୁକୁ ଭକ୍ତଙ୍କୁ  ଦିଆଯିବା ସହ ଭଗବାନଙ୍କ ପାଖରେ ଲଗାଯାଇଥାଏ
-୩ ପ୍ରକାରର ଲଡୁ ଭୋଗ କରାଯାଏ