କନକ ବ୍ୟୁରୋ : ପୂର୍ବ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ୫-ଟି ସ୍ମାର୍ଟ ସ୍କୁଲ କଲେ ହେଲେ ପ୍ରାଥମିକ ସ୍କୁଲର ଭିତ୍ତିଭୂମିକୁ ଭୁଲିଗଲେ । ଏଇ ଯେମିତି ଗଞ୍ଜାମ କୋଦଳାର ପ୍ରାଥମିକ ବିଦ୍ୟାଳୟ । ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବାରୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେତିକି ଅଛି ସେ ବି ଦରଭଙ୍ଗା । ଦୀର୍ଘ ବର୍ଷ ହେବ ଶ୍ରେଣୀଗୃହ ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ବେଳେ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ ।
କାନ୍ଥରେ ଶିଉଳି ଚଢ଼ିଗଲାଣି । ଅନେକ ଜାଗାରେ ଫାଟି ଆଁ କରିଛି । ଟିଣ ଛପରରୁ ଚନ୍ଦ୍ର ସୂର୍ଯ୍ୟ ସବୁ ଦୃଶ୍ୟମାନ । ପବନରେ ଉଡ଼ି ଭାଙ୍ଗିଗଲା ପରେ ମରାମତି କରିବାକୁ ଭୁଲିଯାଇଛି ପ୍ରଶାସନ । କବାଟ ଝରକାର ଅବସ୍ଥା ତ’ ନକହିବା ଭଲ , ସବୁ ଦରଭଙ୍ଗା । ଏ ହେଉଛି ଗଞ୍ଜାମ କୋଦଳା ଏନ୍ଏସି ଅନ୍ତର୍ଗ ୧ ନଂ ୱାର୍ଡର ବିନୂଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା । ଶିଶୁ ବାଟିକା ଠାରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମାତ୍ର ୨ଟି ଶ୍ରେଣୀଗୃହ ରହିଛି । ଦୁଇଟି ଯାକର ଅବସ୍ଥା ଶୋଚନୀୟ। ବିକଳ୍ପ ବି କିଛି ନାହିଁ, ନିରୂପାୟ ହୋଇ ବିପଦସଙ୍କୁଳ ଅବସ୍ଥାରେ ବସୁଛନ୍ତି ପିଲା ।
ଅଧିକ ପଢ଼ନ୍ତୁ---ଚାଲିଥିଲା ଜନ ଅଭିଯୋଗ ଶୁଣାଣି ; ହଠାତ୍ ତଳେ ବସି ନେହୁରା ହେଲେ ଜଣେ ଚାଷୀ
ବିଦ୍ୟାଳୟରେ ଗୋଟିଏ ପକ୍କା ଶ୍ରେଣୀଗୃହ ରହିଛି । ସେଇଠି ମଧ୍ୟାହ୍ନ ଭୋଜନ ଚାଉଳ ଓ ଅନ୍ୟ ସାମଗ୍ରୀ ରହୁଛି । ତାରି କଡ଼କୁ ବସୁଛନ୍ତି ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲା । ଶିଶୁ ବାଟିକାରୁ ଦ୍ବିତୀୟ ଶ୍ରେଣୀ ଯାଏଁ ଅସୁରକ୍ଷିତ କୋଠାରେ ବସୁଛନ୍ତି । ଏ ତ’ ଗଲା ଖରା, ଶୀତ ଦିନ କଥା, ବର୍ଷା ଦିନ ଆସିଲେ ସବୁ ଶ୍ରେଣୀର ପିଲା ଗୋଟିଏ ଘରେ ବସନ୍ତି । ଅନ୍ୟପଟେ ପ୍ରଧାନ ଶିକ୍ଷୟିତ୍ରୀ କହୁଛନ୍ତି, ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି । କେବେ ଶିକ୍ଷା ବିଭାଗ ନିଦ ଭାଙ୍ଗିବ? ଶିକ୍ଷା ଭିତ୍ତିଭୂମି ସଜାଡ଼ିବାକୁ ଆଉ କେତେ ବର୍ଷ ? ଅଘଟଣ ଘଟିଲେ କିଏ ରହିବ ଦାୟୀ ? ତୁରନ୍ତ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପ୍ରାଥମିକ ବିଦ୍ୟାଳୟ ପାଇଁ ନୂତନ ଘର ନିର୍ମାଣ ପାଇଁ ଦାବି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/27/school-problem-2026-01-27-18-11-08.png)