କନକବ୍ୟୁରୋ: ଶିକ୍ଷାର ବିକଳ ଚିତ୍ର । ରାସ୍ତା ଉପରେ ଚାଲୁଛି ଅଙ୍ଗନବାଡି କେନ୍ଦ୍ର । ରାସ୍ତା ଉପରେ କୁନିକୁନି ପିଲାଙ୍କୁ ପଢା ଯାଉଛି ପାଠ। ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ନୁରୁଗାଁ ର। ଗାଁରେ ଦୀର୍ଘ ଦିନ ହେବ ଅଙ୍ଗନବାଡି କେନ୍ଦ୍ର ନଥିଲା । ବାରମ୍ବାର ଅଭିଯୋଗ ପରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଟଙ୍କା ଆସିଲା ମାତ୍ର ଦୀର୍ଘଦିନ ଧରି କାମ ଅଧାପନ୍ତରିଆ ହୋଇ ପଡିରହିଛି ।

Advertisment

ଯାହାଫଳରେ ପିଲାମାନେ ଅନେକ ଅସୁବିଧା ଭୋଗୁଛନ୍ତି । ବର୍ଷ ବର୍ଷ ଧରି ପିଲାମାନେ ଏମିତି ଖୋଲା ଆକାଶ ତଳେ ଦାଣ୍ଡରେ ବାସୀ ପାଠ ପଢୁଛନ୍ତି । ବର୍ଷା ହେଲେ ଗାଁର କାହାର ବାରଣ୍ଡାରେ ନଚେତ ଗାଁ ଠାକୁରାଣୀ ଘରେ ଦୟନୀୟ ଅବସ୍ଥାରେ କୁନିକୁନି ପିଲାମାନଙ୍କ ଚାଲିଛି ଭବିଷ୍ୟତ ଗଢା ।