ମରଣଯନ୍ତା ପାଲଟିଛି ପଳାଶୁଣୀ । ମହିଳାଙ୍କ ଉପରେ ଚଢିଗଲା ଟ୍ରକ ,ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ

Advertisment

ରାଜଧାନୀର ପ୍ରବେଶ ପଥରେ ଛିଡ଼ା ହୋଇଛି ମରଣ । ଡେଥ୍ ଜୋନ୍ ପାଲଟିଛି ପଳାଶୁଣୀ ଛକ। ଆଜି ପୁଣି ସଡ଼କ ଦୁର୍ଘଟଣାରେ ଯାଇଛି ମହିଳାଙ୍କ ଜୀବନ। ପରିବା କିଣି ନେଇ ଯାଉଥିବା ବେଳେ ମହିଳାଙ୍କ ଉପରେ ଚଢିଗଲା ଟ୍ରକ୍ ।

ରାଜଧାନୀର ପ୍ରବେଶ ପଥରେ ଛିଡ଼ା ହୋଇଛି ମରଣ । ଡେଥ୍ ଜୋନ୍ ପାଲଟିଛି ପଳାଶୁଣୀ ଛକ। ଆଜି ପୁଣି ସଡ଼କ ଦୁର୍ଘଟଣାରେ ଯାଇଛି ମହିଳାଙ୍କ ଜୀବନ। ପରିବା କିଣି ନେଇ ଯାଉଥିବା ବେଳେ ମହିଳାଙ୍କ ଉପରେ ଚଢିଗଲା ଟ୍ରକ୍ ।

palasuni

କନକବ୍ୟୁରୋ : ରାଜଧାନୀର ପ୍ରବେଶ ପଥରେ ଛିଡ଼ା ହୋଇଛି ମରଣ   ।  ଡେଥ୍ ଜୋନ୍ ପାଲଟିଛି ପଳାଶୁଣୀ ଛକ  ।  ଆଜି ପୁଣି ସଡ଼କ ଦୁର୍ଘଟଣାରେ ଯାଇଛି ମହିଳାଙ୍କ ଜୀବନ   । ପରିବା କିଣି ନେଇ ଯାଉଥିବା ବେଳେ ମହିଳାଙ୍କ ଉପରେ ଚଢିଗଲା ଟ୍ରକ୍। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ପଳାଶୁଣି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ ହୋଇଛି  ।

ପଳାଶୁଣୀ ଛକରେ ଅନେକ ସମୟରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି । ଛୋଟ ବଡ଼ ଦୁର୍ଘଟଣାରେ ନଷ୍ଟ ହେଉଛି ଅନେକ ଧନଜୀବନ । ଦୁର୍ଘଟଣା ରୋକିବାକୁ ଏଠାରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକ ଦୀର୍ଘବର୍ଷ ଧରି ଦାବି କରୁଛନ୍ତି ।  ହେଲେ ଏପର୍ଯ୍ୟନ୍ତ ଫୁଟ୍ ଓଭରବ୍ରିଜ୍ ହୋଇପାରିନାହିଁ । ଦୁର୍ଘଟଣା ପାଇଁ କଟକ ଭୁବନେଶ୍ବର ରାସ୍ତା ଜାମ୍ ହୋଇଛି। ପଳାଶୁଣୀରୁ ପାହାଳ ଯାଏଁ ରାସ୍ତା ଜାମ୍ ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe