କନକବ୍ୟୁରୋ : ରାଜଧାନୀର ପ୍ରବେଶ ପଥରେ ଛିଡ଼ା ହୋଇଛି ମରଣ । ଡେଥ୍ ଜୋନ୍ ପାଲଟିଛି ପଳାଶୁଣୀ ଛକ । ଆଜି ପୁଣି ସଡ଼କ ଦୁର୍ଘଟଣାରେ ଯାଇଛି ମହିଳାଙ୍କ ଜୀବନ । ପରିବା କିଣି ନେଇ ଯାଉଥିବା ବେଳେ ମହିଳାଙ୍କ ଉପରେ ଚଢିଗଲା ଟ୍ରକ୍। ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ପଳାଶୁଣି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ ହୋଇଛି ।
ପଳାଶୁଣୀ ଛକରେ ଅନେକ ସମୟରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି । ଛୋଟ ବଡ଼ ଦୁର୍ଘଟଣାରେ ନଷ୍ଟ ହେଉଛି ଅନେକ ଧନଜୀବନ । ଦୁର୍ଘଟଣା ରୋକିବାକୁ ଏଠାରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକ ଦୀର୍ଘବର୍ଷ ଧରି ଦାବି କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ଫୁଟ୍ ଓଭରବ୍ରିଜ୍ ହୋଇପାରିନାହିଁ । ଦୁର୍ଘଟଣା ପାଇଁ କଟକ ଭୁବନେଶ୍ବର ରାସ୍ତା ଜାମ୍ ହୋଇଛି। ପଳାଶୁଣୀରୁ ପାହାଳ ଯାଏଁ ରାସ୍ତା ଜାମ୍ ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/21/DFRBLB6VW7LwGiF9HzI6.jpg)