କନକ ବ୍ୟୁରୋ :  ଚାକିରି ଦେବା ନାଁରେ ବଡ଼ ଠକେଇ । କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା କହି ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଇଥିବା ଅଭିଯୋଗ ଓ କାହାକୁ ପେଟ୍ରୋଲ ପମ୍ପ ତ କାହାକୁ ଚାକିରୀ ଦେବାକୁ କହି ଠକେଇ କରିଥିଲା ଅଭିଯୁକ୍ତ । ଟଙ୍କା ଠକି ଫେରାର ହେଉଥିବା ବେଳେ ହୋଟେଲ ରୁମରୁ ଠକକୁ ମାଡ଼ି ବସିଲେ ଲୋକେ ଓ ଦଲାଲ ରାହୁଲ ସାହୁକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।