ବଢୁଛି ଜଳକା,ଭାଙ୍ଗିଲା ବନ୍ଧ । ସେପଟେ ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର

Advertisment

ଲଗାଣ ବର୍ଷାରେ ବେହାଲ ସ୍ଥିତି । ଜଳବନ୍ଦୀରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଲୁଡ଼ା ଗାଁ । ଲୋକଙ୍କ ଘର ଭିତରେ ଲହଡ଼ି ମାରୁଛି ଆଣ୍ଠୁଏ ପାଣି ।

ଲଗାଣ ବର୍ଷାରେ ବେହାଲ ସ୍ଥିତି । ଜଳବନ୍ଦୀରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଲୁଡ଼ା ଗାଁ । ଲୋକଙ୍କ ଘର ଭିତରେ ଲହଡ଼ି ମାରୁଛି ଆଣ୍ଠୁଏ ପାଣି ।

001

କନକବ୍ୟୁରୋ: ଲଗାଣ ବର୍ଷାରେ ବେହାଲ ସ୍ଥିତି। ଜଳବନ୍ଦୀରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଲୁଡ଼ା ଗାଁ। ଲୋକଙ୍କ ଘର ଭିତରେ ଲହଡ଼ି ମାରୁଛି ଆଣ୍ଠୁଏ ପାଣି। ଜଳବନ୍ଦୀ ହୋଇ ଦିନ କାଟୁଛନ୍ତି ଗ୍ରାମବାସୀ। ଜଳ ଘେରରେ ଜୀବନ ବିତାଉଛନ୍ତି ୧୦ ପରିବାର। ଗତ ତିନି ଦିନ ଲଘୁଚାପ ଜନିତ ଲଗାଣ ବର୍ଷା ପାଣିରେ ବେହାଲ ହୋଇଛି ଉଲୁଡ଼ା ଗ୍ରାମ। ଜଳ ନିଷ୍କାସନ ପଥ ପରିଷ୍କାର ନ ଥିବାରୁ ଘର ଭିତରେ ଲହଡ଼ି ମାରୁଛି ପାଣି। ଏହା ସହ ବିଦ୍ୟୁତ ସରବାରାହ ମଧ୍ୟ ବନ୍ଧ ରହିଛି। ଅନ୍ଧାର ଓ ଜଳବନ୍ଦୀ ହୋଇ ଜୀବନକୁ ବାଜି ଲଗାଇ ରହୁଛନ୍ତି ଲୋକ।

ଘରେ ପାଣି ପଶିଥିବାରୁ ଚୁଲି ଜଳୁନି। ଲୋକେ ଶୁଖିଲା ଖାଦ୍ୟ ଖାଇ ଜୀବନ କାଟୁଛନ୍ତି। ଘରେ ପାଣି ଜମି ରହି ଥିବା ଲୋକେ ସୁରକ୍ଷା ପାଇଁ ଘର ଛାଡି ବାହାରେ ରହୁଛନ୍ତି , ବିପଦ ସଂକେତ ଟପିଲା ଜଳକା ନଦୀ। ମଥାନୀ ଠାରେ ବିପଦ ସଂକେତ ୬ ଦଶମିକ ପାଂଚ ଶୂନ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ୬ ଦଶମିକ ୬୭ ମିଟରରେ ପ୍ରବାହିତ ହେଉଛି। କଟି ପୋଲ ମଥାନୀ ମୁଖ୍ୟ ରାସ୍ତାରେ ପ୍ରବାହିତ ହେଉଛି ବନ୍ୟା ପାଣି। 

ସାନଖୁଡି ରାସ୍ତାରେ ୧ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଜଳକା ନଦୀର ଜଳସ୍ତର ବଢୁଥିବାରୁ ଏକ ହଜାରରୁ ଅଧିକ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ମାଡ଼ି ଯାଇଛି। ୩୦ରୁ ଅଧିକ ଗାଁ ପାଣି ଘେରରେ ରହିଛି। ସେପଟେ ବାଉଁଶମୁଖା ନିକଟରେ ବନ୍ଧ ଭାଙ୍ଗିବାରୁ ଘାଇ ସୃଷ୍ଟି ହୋଇଛି। ବାଲି ବସ୍ତା ପକାଇ ଘାଇ ବାନ୍ଧିବାକୁ ଗାଁ ଲୋକ ଉଦ୍ୟମ ଚଳାଇଛନ୍ତି। ଜଳକାରେ ଜଳସ୍ତର ବୃଦ୍ଧି ପାଇବାରୁ ବିଭିନ୍ନ ତଳିଆ ଅଞ୍ଚଳ ଗାଁରେ ପାଣି ପଶିଛି। ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକ।

 ସେପଟେ ବଢୁଛି  ବୁଢାବଳଙ୍ଗ ଜଳସ୍ତର , ଯେକୌଣସି ମୁହୂର୍ତ୍ତରେ ଟପିପାରେ ବିପଦ ସଙ୍କେତ। ଗତକାଲି ସନ୍ଧ୍ୟା ୬ରୁ ଆଜି ସକାଳ ୬ ଟା ମଧ୍ୟରେ ଉପରମୁଣ୍ଡ ଅର୍ଥାତ୍ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ବରେହିପାଣିରେ ୧୮୩ ଦଶମିକ ୮୯ ମିଲିମିଟର ବର୍ଷା ରେକର୍ଡ। ତେଣୁ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତଳି ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାପାଳ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଡ଼ାକବାଜି ଯନ୍ତ୍ର ସାହଯ୍ୟରେ ଲୋକଙ୍କୁ ସଚେତନତା କରାଯାଉଛି।  

ବର୍ଷାରେ ବେହାର ସୋର ସହର , ରାତିରେ ଲୋକଙ୍କ ଘରେ ପଶିଲା ପାଣି। ସୋରରେ ଡ୍ରେନେଜ ସମସ୍ୟା ପଛ ଛାଡ଼ୁନି। ଚଳିତ ବର୍ଷ ବନ୍ୟା ହୋଇନଥିଲେ ମଧ୍ୟ ସୋରବାସୀ କୃତିମ ବନ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ରାତିରେ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ସହରର ପ୍ରମୁଖ ସ୍ଥାନ ତଥା ଅନେକ ସାହିର ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚାର ପାଣି ଚାଲୁଛି। ଘୋଡ଼ାସାହି ଗାଁର ଲୋକଙ୍କ ଘରେ ପାଣି ପଶିଯାଇଛି। ଲୋକେ ରୋଷେଇ କରି ନପାରି ଭୋକରେ ରହିବା ସହିତ ଶୋଇବା ଘର ପାଣି ଠିଆ ହୋଇଥିବାରୁ ଶୋଇପାରି ନଥିବା କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe