କନକ ବ୍ୟୁରୋ :  ଆଉ ପାଦେ ଆଗେଇଲା ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ପ୍ରକ୍ରିୟା । ଆଜି ଟାସ୍କଫୋର୍ସର ପ୍ରଥମ ବୈଠକ ବସିଥିଲା । ୭ଟି ଜିଲ୍ଲାକୁ ନେଇ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ହେବ ବୋଲି ଟାସ୍କଫୋର୍ସର ପ୍ରଥମ ବୈଠକରେ ନିଆଯାଇଛି ନିଷ୍ପତ୍ତି। ସେହି ସବୁ ଜିଲ୍ଲା ହେଉଛି କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ନବରଙ୍ଗପୁର ।

Advertisment

ସେହିପରି ଗୋଟେ ଷ୍ଟାଚୁଟାରୀ କମିଟି ଗଠନ କରିବାକୁ ମଧ୍ୟ ଟାସ୍କଫୋର୍ସର ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ନେଇ ପ୍ରାରମ୍ଭିକ ରୂପରେଖ ପ୍ରସ୍ତୁତ କରାଯାଇଛି । କେମିତି ରହିବ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ରୂପରେଖ, ସେନେଇ ବିଧାୟକ ଓ ସାଂସଦ ମାନେ ସେମାନଙ୍କର ମତାମତ ଦେଇଛନ୍ତି । ଯେଉଁମାନେ ଏହି ଟାସ୍କଫୋର୍ସରେ ସାମିଲ ହୋଇନାହାନ୍ତି ସେମାନଙ୍କୁ ପରବର୍ତ୍ତୀ ସମୟରେ ସାମିଲ କରାଯିବ ବୋଲି ମଧ୍ୟ ବୈଠକରେ ଆଲୋଚନା ହୋଇଛି ।