କନକ ବ୍ୟୁରୋ : ଆଇ.ଏଚ.ଏମ, ଭୁବନେଶ୍ୱର ଠାରେ ମିଲେଟ୍ ବା ମାଣ୍ଡିଆର ଏକ ସ୍ୱତନ୍ତ୍ର ତଥା ଅନନ୍ୟ ରେସ୍ତୋରାଂ "ମାଣ୍ଡିଆର ହାଣ୍ଡିଶାଳ" ର ଶୁଭ ଉଦଘାଟନ ସହିତ ଲୋଗୋ ଉନ୍ମୋଚନ ହୋଇଯାଇଛି । ହେଲଥ ଅନ ଟପ୍ ର ସି.ଇ.ଓ ଡକ୍ଟର ଗୌରବ ରାଲହନ ଙ୍କ ପ୍ରତିନିଧିତ୍ବରେ ଏହି ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା ।  ଏହି ଶୁଭ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମିଲେଟର ବ୍ରାଣ୍ଡ ଆମ୍ବାସଡ଼ର ସେଫ୍ ବିକାଶ ଚାୱଲା ଅନୁଗ୍ରହ ପ୍ରଦାନ କରିଥିଲେ ।  ମାଷ୍ଟର ସେଫ୍ ଇଣ୍ଡିଆ ସିଜନ୍ ୮ ର ଟପ୍ ୨୨ ନମ୍ବର ପ୍ରତିଯୋଗୀ ସେଫ୍ ମଧୁସ୍ମିତା ସୋରେନଙ୍କ କରକମଳରେ ଲୋଗୋ ଉନ୍ମୋଚନ ହୋଇଥିଲା ।