କନକ ବ୍ୟୁରୋ: ସେପ୍ଟେମ୍ବର ୩ ତାରିଖରେ ଅନୁଷ୍ଠିତ ହେବ ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ । ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ । ପ୍ରଥମ ବୈଠକରେ ନୂତନ କମିଟି ସଦସ୍ୟଙ୍କୁ ସ୍ୱାଗତ କରିବା ସହ ଏକ ସବ କମିଟି ଗଠନ କରାଯିବ ।
ଗତ ମେ ମାସ ୨୬ ତାରିଖରେ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ଉଚ୍ଚସ୍ଥରୀୟ ପ୍ରଶାସନିକ ବୈଠକର ବିବରଣୀକୁ ଦୃଢ଼ୀକରଣ କରାଯିବ। ଆସନ୍ତା ୧୫ ତାରିଖରେ ନାଟମଣ୍ଡପ ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ ନେଇ ହୋଇପାରେ ଆଲୋଚନା । ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରଣ ଓ ଗଣତିମଣତି ନେଇ ଆଲୋଚନା ହୋଇପାରେ। ସେପ୍ଟେମ୍ବର ୨ ତାରିଖରେ ହେବ ଛତିଶାନିଯୋଗ ବୈଠକ । ପରଦିନ ଅର୍ଥାତ୍ ୩ ତାରିଖରେ ଚନ୍ଦ୍ରଗ୍ରହଣ ନୀତିନିର୍ଘଣ୍ଟକୁ ମୋହର ମାରିବ ନୂତନ ପରିଚାଳନା କମିଟି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/29/puri-2025-08-29-14-19-14.jpg)