ସାମ୍ନାକୁ ଆସିଲା ବରଗଡ ଯୁବତୀଙ୍କ ପ୍ରଥମ ଦୃଶ୍ୟ ; ପ୍ରଶ୍ନ , ନିଖୋଜ ପରେ ମଲରେ କାହା ସହ ବୁଲୁଥିଲେ ?

ବରଗଡ଼ କୁର୍ଲା ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା । ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ । ନିଖୋଜ ପରେ ମଲ୍‌ରେ ଜଣେ ଯୁବକଙ୍କ ସହ ବୁଲୁଥିଲେ ଯୁବତୀ । କିଏ ସେହି ଯୁବକ, ତାକୁ ନେଇ ଚର୍ଚ୍ଚା।

ବରଗଡ

ବରଗଡ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ବରଗଡ଼ କୁର୍ଲା ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର ହେବା ଘଟଣାରେ ସାମ୍ନାକୁ ଆସିଛି ସିସିଟିଭି ଫୁଟେଜ୍ । କନକ ନ୍ୟୁଜ୍ ହାତରେ ଲାଗିଛି ପୀଡ଼ିତା ଓ ଜଣେ ଯୁବକଙ୍କ ଫଟୋ । କିଏ ସେହି ଯୁବକ, ଯାହା ସହ ବୁଲୁଥିଲେ ଯୁବତୀ । ଯୁବତୀ ଜଣକ ମୁହଁରେ ମାସ୍କ ଲଗାଇଥିବା ବେଳେ ଯୁବକ ତାଙ୍କ ପାଖରେ ଅଛନ୍ତି । ଗତ ୧୨ ତାରିଖରେ ବରଗଡ଼ ଧନୁଯାତ୍ରା ଦେଖିବାକୁ ଯାଇ ନିଖୋଜ ହେବା ପରେ ଯୁବତୀ ଜଣଙ୍କ ଏକ ମଲ୍‌ରେ ବୁଲୁଥିବା ଜଣାପଡିଛି । 

ନିଖୋଜର ୪୮ ଘଣ୍ଟା ପରେ ବରଗଡ଼ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା ଉଦ୍ୟମ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତନାଘନା ଚଳାଇଥିଲା। ତେବେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇନାହିଁ ବୋଲି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଥିଲେ। କିନ୍ତୁ ପରିବାର ଲୋକେ ଏଥିରେ କ୍ଷୋଭ ପ୍ରକାଶ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe