ଶିମିଳିପାଳରେ ପ୍ରଥମ ଶିକାର କଲା ବାଘୁଣୀ ଜିନ୍ନତ । ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବନବିଭାଗର ସୂଚନା

ଶିମିଳିପାଳରେ ପହଂଚି ପ୍ରଥମ ଶିକାର କରିଛି ବାଘୁଣୀ ଜିନ୍ନତ। ଜିନ୍ନତ ପ୍ରଥମେ ବଣୁଆ ଘୁଷୁରି ଶିକାର କରି ଖାଇବା ପରେ ପାଣି ପିଇ ବିଶ୍ରାମ କରୁଥିବାର ଦେଖିବାକୁ ମିଳିଛି। ଏବେ ଜିନ୍ନତର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଶିମିଳିପାଳ ବନ ବିଭାଗ ପକ୍ଷରୁ ଜଣାପଡିଛି।

jinat1

କନକବ୍ୟୁରୋ: ଶିମିଳିପାଳରେ ପହଂଚି ପ୍ରଥମ ଶିକାର କରିଛି ବାଘୁଣୀ ଜିନ୍ନତ। ଜିନ୍ନତ ପ୍ରଥମେ ବଣୁଆ ଘୁଷୁରି ଶିକାର କରି ଖାଇବା ପରେ ପାଣି ପିଇ ବିଶ୍ରାମ କରୁଥିବାର ଦେଖିବାକୁ ମିଳିଛି  ।  ଏବେ ଜିନ୍ନତର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଶିମିଳିପାଳ ବନ ବିଭାଗ ପକ୍ଷରୁ ଜଣାପଡିଛି  ।  ଗତକାଲି ଶୁକ୍ରବାର ସଫ୍ଟ ଏନକ୍ଲୋଜରକୁ ବାଘୁଣୀ ଜିନ୍ନତକୁ ଛଡାଯାଇଥିଲା ।

ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀର ବୟସ ୩ବର୍ଷ ହୋଇଥିବା ବେଳେ ବନ ବିଭାଗର ସ୍ବତନ୍ତ୍ର ଗାଡ଼ିରେ ଗୁରୁବାର ଜିନତ ଶିମିଳିପାଳରେ ପହଁଚିଥିଲା ।  ମହାରାଷ୍ଟ୍ର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଏହି ବାଘୁଣୀକୁ ଶିମିଳିପାଳକୁ ଅଣାଯାଇଛି ।

କିଛି ଦିନ ତଳେ ବାଘୁଣୀ ଯମୁନାକୁ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଥିଲା । ଯମୁନା ଏବେ ସ୍ଥାନୀୟ ପରିବେଶ ସହ ଖାପ ଖୁଆଇବା ସହ ଶିକାର କରୁଥିବା ଦେଖିବାକୁ ମିଳିଛି । ଏବେ ଜିନ୍ନତ ମଧ୍ୟ ଶିକାର କରିଥିବା ବେଳେ ଶିମଳିପାଳ ଜଙ୍ଗଲରେ ନିଗକୁ ଖାପଖୁଆଇବା ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe