କନକ ବ୍ୟୁରୋ : ପାଉଁଶ ବ୍ୟବସାୟ ପାଇଁ ଫୁଟୁଛି ଗୁଳି । ସୁନ୍ଦରଗଡ଼ ଦର୍ଲିପାଲି ଏନଟିପିସି ପାୱାର ପ୍ଲାଣ୍ଟ ନିକଟରେ ହୋଇଛି ଗୁଳିକାଣ୍ଡ । ରାତିରେ ୨୦ରୁ ୨୫ ଜଣ ଦୁବୃତ୍ତ ଆସି ଗୁଳିମାଡ଼ କରିବା ସହ ବ୍ୟବସାୟୀ ସଞ୍ଜୟ ପାଣ୍ଡେଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।  ଯାଦୁଗର ଛକରେ ଥିବା ସଞ୍ଜୟଙ୍କ ଅଫିସ ନିକଟରେ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ପୁଲିସ ଘଟଣାସ୍ଥାରେ ପହଁଚି ଖୋକା ଜବତ କରିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ।