କନକ ବ୍ୟୁରୋ : ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ କେନ୍ଦ୍ରର ସହାୟତା । ଓଡ଼ିଶାକୁ ୨୦୧ କୋଟି ଟଙ୍କା ଦେଇଛି କେନ୍ଦ୍ରର ମୋଦୀ ସରକାର । ରାଜ୍ୟର ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଆଧୁନିକୀକରଣ ପାଇଁ ସହାୟତା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅଧୀନରେ ଏହି ଟଙ୍କା ପ୍ରଦାନ କରିଛି କେନ୍ଦ୍ର । କେବଳ ଓଡ଼ିଶା ନୁହେଁ ଅନ୍ୟ କିଛି ରାଜ୍ୟକୁ ମଧ୍ୟ ଏହି ସହାୟତା କେନ୍ଦ୍ର ପ୍ରଦାନ କରିଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ନିଶମ ବାହିନୀକୁ ଆହୁରି ସଶକ୍ତ କରିବାକୁ ଏହି ଟଙ୍କା ଖର୍ଚ୍ଚ ହେବ ।