କନକ ବ୍ୟୁରୋ : ଚବିଶ ଘଣ୍ଟା ପଡ଼ିରହିଲା ମହିଳାଙ୍କ ମୃତଦେହ। ପରିବାରକୁ ୧୮ ବର୍ଷ ତଳେ ହୋଇଥିବା ଜୋରିମାନା ଟଙ୍କା ଦେଇ ନଥିବାରୁ ମହିଳାଙ୍କ ଶବସତ୍କାର କରିବା ପାଇଁ ଦେଲେ ନାହିଁ ଗ୍ରାମବାସୀ । ମୟୂରଭଂଜ ବାଙ୍ଗିରିପୋଷି ଥାନା ଦୋରକଣ୍ଟିଆ ଗ୍ରାମର ସୁନ୍ଦର ମୋହନ ମାର୍ଣ୍ଡିଙ୍କୁ ଡାହାଣୀ ସନ୍ଦେହ କରି ଗାଁଲୋକେ ୨୫ ହଜାର ଟଙ୍କା ଜୋରିମାନା କରିଥିଲେ । ଏହାକୁ ନେଇ ଗ୍ରାମବାସୀ ପରିବାରକୁ ବାସନ୍ଦ ମଧ୍ୟ କରିଥିଲେ । ଗତକାଲି ୨୩ ତାରିଖ ସଂଧ୍ୟା ସମୟରେ ସୁନ୍ଦର ମୋହନ ମାର୍ଣ୍ଡିଙ୍କର ସ୍ତ୍ରୀ ସାକ୍ରମଣୀ  ମାର୍ଣ୍ଡି (୪୫)ଙ୍କ ମୃତ୍ୟୁ ହୋଇଥିଲା । ପୂର୍ବରୁ ଶ୍ରୀ ମାର୍ଣ୍ଡିଙ୍କୁ ଜୋରିମାନା କରିଥିବା ୨୫ ହଜାର ଟଙ୍କା ଦେଇନଥିବାରୁ ଶବ ସତ୍କାର ଲାଗି ଗ୍ରାମବାସୀମାନେ ଶବକୁ ଛାଡ଼ି ନଥିଲେ । ଖବର ପାଇ ସାଙ୍ଗେଲ ଅଭିଯାନର ୧୦ରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ୨୪ ତାରିଖ ସକାଳୁ ପହଞ୍ଚି ପୁଲିସ ଓ ଗ୍ରାମବାସୀ ସହିତ କଥାବାର୍ତ୍ତା କରି ଶବ ସତ୍କାର ପାଇଁ ଦିନ ୧୧ ଟା ସମୟରେ ଶବକୁ ନେଉଥିବା ବେଳେ ସେମାନଙ୍କୁ ରାସ୍ତାରେ ୫୦-୬୦ ଜଣ ଗ୍ରାମବାସୀ ଅଟକାଇଥିଲେ । ଶେଷରେ ପୋଲିସର ବୁଝାସୁଝା ପରେ ହେଲା ଶବ ସତ୍କାର ।