କନକ ବ୍ୟୁରୋ : ୨୦୨୧ । ଯେବେ ବିହାରର ମିଥିଲା ଆର୍ଟ ଆଣ୍ଡ ଇନଷ୍ଟିଚ୍ୟୁଟକୁ ଗସ୍ତ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେହି ସମୟରେ ସେ ଦୁଲାରୀ ଦେବୀଙ୍କୁ ଭେଟିଥିଲେ । କାର୍ୟ୍ୟକ୍ରମରେ ଦୁଲାରୀ ଅର୍ଥମନ୍ତ୍ରୀଙ୍କୁ ଧଳାରଙ୍ଗର ମଧୁବନୀ ଶାଢ଼ୀ ଭେଟିଦେଇଥିଲେ ଓ ଅନୁରୋଧ କରିଥିଲେ ବଜେଟ ଦିନ ଏହାକୁ ପିନ୍ଧିବାକୁ । ୪ବର୍ଷ ପରେ ମଧୁବନୀ ଶାଢ଼ି ପିନ୍ଧି ପ୍ରତିଶ୍ରୁତି ରଖିଛନ୍ତି ଅର୍ଥମନ୍ତ୍ରୀ ଓ ଖୁସି ପ୍ରକାଶ କରିଛନ୍ତି ଦୁଲାରୀ ଦେବୀ ।
ନିର୍ମଳାଙ୍କ ଶାଢ଼ି କାହାଣୀ
-ପ୍ରତିଥର ବଜେଟ୍ ସମୟରେ ଅର୍ଥମନ୍ତ୍ରୀଙ୍କ ଶାଢ଼ିର ଏକ ସ୍ବତନ୍ତ୍ର କାହାଣୀ ଥାଏ
-ଦେଶର ସଂସ୍କୃତି ଓ ପରମ୍ପରାକୁ ଦର୍ଶାଏ ବଜେଟରେ ନିର୍ମଳାଙ୍କ ଶାଢ଼ି
-ଏଥରକ କ୍ରିମ ଓ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଥିଲେ
-ଏଥିରେ ରହିଛି ବିହାରର ପ୍ରସିଦ୍ଧ ମଧୁବନୀ ଚିତ୍ରକଳା
-ମଧୁବନୀ ହେଉଛି ବିହାରର ମିଥିଲା ଅଞ୍ଚଳର ଏକ ପାରମ୍ପରିକ ଲୋକକଳା
-ଉଜ୍ଜଳ ରଙ୍ଗରେ ବିଭିନ୍ନ ବାର୍ତ୍ତାକୁ ଚିତ୍ର ମାଧ୍ୟମରେ ଦର୍ଶାଯାଏ
ଦୁଲାରୀ ଦେବୀ ମଧୁବନୀ ଜିଲ୍ଲାର ରାଣ୍ଟି ଗ୍ରାମବାସୀ । ପିଲାଦିନରୁ ସଂଘର୍ଷ କରି ଜୀବନଯାପନ କରୁଥିବା ଦୁଲାରୀ ମଧୁବନୀ ଚିତ୍ର ଆଙ୍କିବା ଶିଖିବା ସହ ଶାଢ଼ୀରେ ସୁନ୍ଦର କାରୁକାର୍ୟ୍ୟ କରି ସାରା ଦେଶରେ ଚର୍ଚ୍ଚା ସାଉଁଟିଛନ୍ତି । ବାଲ୍ୟବିବାହ,ଏଡସ ଓ ଗର୍ଭଧାରଣା ଭଳି ପ୍ରସଙ୍ଗ ଆଙ୍କି ବାର୍ତ୍ତା ଦିଅନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ଏକହଜାରରୁ ଅଧିକ ଶାଢ଼ୀରେ ଚିତ୍ର ଆଙ୍କିବା ସହ ୫୦ରୁ ଅଧିକଥର ପ୍ରଦର୍ଶିତ ହୋଇଛି । ଦକ୍ଷତା ପାଇଁ ଭାରତ ସରକାରଙ୍କ ଦ୍ବାରା ସେ ପଦ୍ମ ସମ୍ମାନରେ ମଧ୍ୟ ସମ୍ମାନିତ ମଧ୍ୟ ହୋଇଛନ୍ତି ।
ଯଦି ନଜର ପକାଇବା ୨୦୦୯ରୁ ୨୦୨୪ ପର୍ୟ୍ୟନ୍ତ ତେବେ ପ୍ରତିଥର ଭଳିକି ଭଳି ଶାଢ଼ି ପରିଧାନ କରି ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ଏହା ମଧ୍ୟରେ ରହିଛି ।
ମଙ୍ଗଳାଗିରି ସିଲ୍କ ଶାଢ଼ି-୨୦୧୯ରେ ନିର୍ମଳା ସୀତାରମଣ ତାଙ୍କ ବଜେଟ ଡେବ୍ୟୁରେ ଆନ୍ଧ୍ରର ଗୋଲାପୀ ରଙ୍ଗର ମଙ୍ଗଳାଗିରି ଶାଢ଼ି ପରିଧାନ କରିଥିଲେ।
ପ୍ରିଷ୍ଟନ ସିଲ୍କ ଶାଢ଼ି--ନିର୍ମଳା ସୀତାରମଣ ୨୦୨୦ରେ ଏକ ସବୁଜ ବର୍ଡର ବିଶିଷ୍ଟ ହଳଦିଆ ରଙ୍ଗର ସିଲ୍କ ଶାଢ଼ି ପରିଧାନ କରିଥିଲେ
ପୋଚମପଲ୍ଲୀ ସିଲ୍କ ଶାଢ଼ି- ୨୦୨୧ ମସିହା ବଜେଟ୍ ଉପସ୍ଥାପନ ପାଇଁ ନିର୍ମଳା ତେଲେଙ୍ଗାନାର ନାଲି ଓ ଧଳା ରଙ୍ଗର ପୋଚମପଲ୍ଲୀ ଶାଢ଼ି ପରିଧାନ କରିଥିଲେ।
ବୋମକେଇ ଶାଢ଼ି- ୨୦୨୨ରେ ବଜେଟ ପାଇଁ ନିର୍ମଳା ଓଡ଼ିଶା ଗଞ୍ଜାମର ବୋମକେଇ ଶାଢ଼ି ପିନ୍ଧିଥିଲେ
ଟେମ୍ପଲ ବର୍ଡର ଶାଢ଼ି- ୨୦୨୩ ବଜେଟ୍ ଉପସ୍ଥାପନା ପାଇଁ କର୍ଣ୍ଣାଟକର ଏକ ଲୋକପ୍ରିୟ ଶାଢ଼ି ପରିଧାନ କରିଥିଲେ।
ଟସର ସିଲ୍କ ଶାଢ଼ି- ୨୦୨୪ କାମଚଳା ବଜେଟରେ ଟସର ସିଲ୍କ ଶାଢ଼ି ପରିଧାନ କରିଥିଲେ।