କନକ ବ୍ୟୁରୋ : ହିଜବୁଲ୍ଲାକୁ ମାଟିରେ ମିଶାଇବାକୁ ପ୍ରତିଜ୍ଞା କରିଥିବା ଇସ୍ରାଏଲ ସ୍ଥଳଭାଗରୁ ଆକ୍ରମଣ କରିଛି । ଆକାଶମାର୍ଗରୁ ଆକ୍ରମଣ କରୁଥିବା ଆଇଡିଏଫ ଏବେ ହିଜବୁଲ୍ଲା ଆତଙ୍କୀଙ୍କୁ ଖୋଜି ଖୋଜି ମାରୁଛି  ହିଜବୁଲ୍ଲା ଆଡ଼ାସ୍ଥଳକୁ ଟାର୍ଗେଟ୍‌ କରି ଲେବାନନ୍‌ ପରିସରକୁ ଅନୁପ୍ରବେଶ କରିଛନ୍ତି ଏବଂ ଅଞ୍ଚଳରେ ଆତଙ୍କୀ ପୋଷ୍ଟ୍‌କୁ ଧ୍ବଂସ କରୁଛନ୍ତି 

Advertisment

ଲେବାନନରେ ପଶିଲା ଇସ୍ରାଏଲ
ଇସ୍ରାଏଲର ଅପରେସନ ନର୍ଦନ ଏରୋଜ
୧୮ବର୍ଷ ପରେ ଲେବାନନ ସୀମାରେ ଇସ୍ରାଏଲ ପଶିଛି 
ଦକ୍ଷିଣ ଲେବାନନରେ ପ୍ରଥମେ ଏଟ୍ରିଂ କରିଛି ଆଇଡିଏଫ
ସୀମା ନିକଟରେ ଗ୍ରାଉଣ୍ଡ ଅପରେସନ ଜୋରଦାର
ଇସ୍ରାଏଲ-ହିଜବୁଲ୍ଲା ଯୁଦ୍ଧ ତ୍ରୀବ ହେବାରେ ଲାଗିଛି 
ସ୍ଥଳଭାଗରୁ ଆକ୍ରମଣ ଆରମ୍ଭ କରୁଛି ଇସ୍ରାଏଲ 
ବିପୁଳମାତ୍ରାରେ ଫୋର୍ସ ମୃତୟନ କରିଛି ଇସ୍ରାଏଲ
ଇସ୍ରାଏଲ-ଲେବାନନ୍‌ ସୀମାରେ ଇସ୍ରାଏଲ ସେନା ସ୍ବତନ୍ତ୍ର ଅପରେସନ୍‌ କରୁଛି
ହିଜବୁଲ୍ଲା ଆଡ଼ାସ୍ଥଳକୁ ଟାର୍ଗେଟ୍‌ କରି ଅନୁପ୍ରବେଶ କରିଛି ଆଇଡିଏଫ  
ଆତଙ୍କୀ ସଂଗଠନର ପୋଷ୍ଟକୁ ଧ୍ବଂସ କରାଯାଉଛି
ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲ୍ଲାଣ୍ଟଙ୍କ ସୂଚନା

ସୂଚନା ଅନୁସାରେ ଏଥରକକୁ ମିଶାଇ ଇସ୍ରାଏଲ ଚତୁର୍ଥଥର ପାଇଁ ଲେବାନନରେ ଏଟ୍ରିଂ କରିଛି । ୧୯୭୮,୧୯୮୨.୨୦୦୬ ପରେ ପୁଣି ଥରେ ହିଜବୁଲ୍ଲାକୁ ଟାର୍ଗେଟ କରି ଜୋରଦାର ଆକ୍ରମଣ କରୁଛି ଆଇଡିଏଫ 

ସେପଟେ ହିଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ସ୍ଥଳଭାଗରୁ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି ।  ହିଜବୁଲ୍ଲା ଡେପୁଟି କମାଣ୍ଡର ନଇମ କ୍ବା‌ସେମ କହିଛନ୍ତି,  ଏହି ଯୁଦ୍ଧ ଦୀର୍ଘ ସମୟ ପର୍ୟ୍ୟନ୍ତ ଚାଲିବ ଏବଂ ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ। 

ପାଲଟା ଜବାବ ଦେବ ହିଜବୁଲ୍ଲା !
ହିଜବୁଲ୍ଲା ମଧ୍ୟ ପାଲଟା ଆକ୍ରମଣ ପ୍ରସ୍ତୁତି 
ନିହତ କମାଣ୍ଡରମାନଙ୍କ ସ୍ଥାନରେ ନୂଆ ଫାଇଟର୍ସଙ୍କୁ ନିଯୁକ୍ତ କରୁଛି
ପଛକୁ ହଟିବାକୁ ଚାହୁଁନି ହିଜବୁଲ୍ଲା
ଲେବାନନର କାମଚଳା ପ୍ରଧାନମନ୍ତ୍ରୀ  ଦକ୍ଷିଣରେ ସେନା ମୁତୟନ ପାଇଁ ନିର୍ଦ୍ଦେଶ
ହିଜବୁଲ୍ଲା ପାଖରେ ୨୦ରୁ ୨୫ ହଜାର ସଶସ୍ତ୍ର ଆତଙ୍କୀ ରହିଛନ୍ତି
୫୦ରୁ ୭୦ ହଜାର ତାଲିମପ୍ରାପ୍ତ ଆତଙ୍କୀ ରହିଛନ୍ତି
ଦେଢଲକ୍ଷରୁ ଅଧିମ ମିଜାଇଲ ଓ ରକେଟ ଏବଂ ଅସ୍ତ୍ରଶସ୍ତ୍ର ରହିଛି

କୁହାଯାଉଛି ହିଜବୁଲ୍ଲାକୁ ମାଟିରେ ମିଶାଇବାକୁ ୧୮ବର୍ଷ ପୂର୍ବରୁ ଯୋଜନା କରିଥିଲା ଇସ୍ରାଏଲ । ୨୦୦୬ ମସିହାରେ ଇସ୍ରାଏଲ ଉପରେ ଭାରି ପଡିଥିଲା ହିଜବୁଲ୍ଲା ଆଉ ଏହି ସମୟରୁ ଆତଙ୍କୀ ସଂଗଠନର ମୂଳପୋଛ ପାଇଁ ପ୍ରତିଜ୍ଞା କରିଥିଲା ଆଇଡିଏଫ ।

ଇରାନ ଉପରେ ଆଉ ଏକ ଷଡଯନ୍ତ୍ର ଅଭିଯୋଗ ଆଣିଛି ଇସ୍ରାଏଲ । ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ହତ୍ୟା ପାଇଁ ଇରାନ ଷଡଯନ୍ତ୍ର କରୁଥିବା ଆଇଡିଏଫ କହିଛି । ଇସ୍ରାଏଲର ସୁରକ୍ଷା ଏଜେନ୍ସି ସଚିନ ବେଟ ସୂଚନା ଦେଇଛନ୍ତି । ମୋମି ଅମାନ ନାମକ ଜଣେ ୭୩ ବର୍ଷୀୟ ଇସ୍ରାଏଲୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, ଯାହାକୁ ଇରାନ ଦ୍ୱାରା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ବୋଲି ଇସ୍ରାଏଲ ଦାବି କରିଛି ।  ସେପଟେ ଇସ୍ରାଏଲର ଗ୍ରାଉଣ୍ଡ ଜିରୋ ଅପରେସନକୁ ସମର୍ଥନ ଜଣାଇଛି ଆମେରିକା । ଇରାନକୁ କଡ଼ା ବାର୍ତ୍ତା ଦେଇଛି ଇସ୍ରାଏଲ । ଆକ୍ରମଣ କଲେ ବଡ ପରିଣାମ ଭୋଗିବାକୁ ଧମକ ଦେଇଛି ଆମେରିକା । ଏଥିସହ ବାଇଡେନ ପ୍ରଶାସନ ଏକଥା କହିଛି ଯେ ଆଲୋଚନାରେ ଲଢ଼େଇ ବନ୍ଦ କରିବା ସମ୍ଭବ ।