କନକ ବ୍ୟୁରୋ : ସାରା ରାଜ୍ୟରେ ଉତ୍ସବର ମାହୋଲ। ବହୁ ଆଡ଼ମ୍ୱରରେ ଆଗେଇ ଚାଲିଛି ୩୧ତମ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୫। ଲୋକଗୀତ-ଲୋକ ନୃତ୍ୟରେ ଜମୁଛି ସାଂସ୍କୃତିକ ସଂନ୍ଧ୍ୟା। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରାଙ୍କ ନାଚଗୀତରେ ମସଗୁଲ ଦର୍ଶକ।

Advertisment

 ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୫। ସ୍ଥାନୀୟ ରାମେଶ୍ବର ଷ୍ଟାଡିୟମର ମୁକ୍ତ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ। ଲୋକଗୀତ-ଲୋକନୃତ୍ୟର ମଞ୍ଚ। ରାଜ୍ୟ ଓ ରାଜ୍ୟ ବାହାରର କଳାକାରଙ୍କ କଳା ଦେଖି ବିମୋହିତ ଦର୍ଶକ। ଓଡିଶୀ, ଆସାମର ବିହୁ, ଗୁଜୁରାଟର ଲୋକନୃତ୍ୟ ସହ ବିନିକାର ଡାଲଖାଇ ନୃତ୍ୟରୁ ଆରମ୍ଭ ହୋଇଥିଲା ମହୋତ୍ସବର ସାଂସ୍କୃତିକ ସନ୍ଧ୍ୟା। ଏହାସହ ବିଭିନ୍ନ ଲୋକ ଗୀତ ଓ ଲୋକନାଚର ମଜ୍ଜା ଅନ୍ୟଠାରୁ ଟିକେ ନିଆରା।

୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ୧୦ ତାରିଖ ପର୍ଯ୍ୟନ୍ତ ଜମିବ। ୫ ଦିନ ଧରି ପଲ୍ଲଶ୍ରୀ ମେଳାରେ ଜମୁଛି ବେପାରବଟା। ପ୍ରତି ସନ୍ଧ୍ୟାରେ ରାମେଶ୍ବର ଷ୍ଟାଡିୟମରେ ଖଚାଖଚ୍ ଭିଡ଼। କଳାକାରଙ୍କ ନୃତ୍ୟ ଓ ସଂଗୀତର ତାଳେତାଳେ ନିଜେ ନାଚିବା ସହ ଖାଇ-ଖୁଆଇବାର ମଜା ଉଠାଉଛନ୍ତି ଦର୍ଶକ। ଗୋଟିଏ ସ୍ଥାନରେ ବିଭିନ୍ନ ପ୍ରକାର ସାମଗ୍ରୀ ମିଳୁଥିବାକୁ ଜମୁଛି କିଣାବିକା। 

ପ୍ରତି ବର୍ଷର ଏହି ସମୟକୁ ଅପେକ୍ଷା କରିଥାନ୍ତି ଜିଲ୍ଲାବାସୀ। ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ନିଜ ପାଇଁ କାଢି, ମହୋତ୍ସବର ମଜା ଉଠାଇବା ପାଇଁ।