କନକ ବ୍ୟୁରୋ : କଟକ, ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଓ ବାଲେଶ୍ୱରରେ ଧୁମଧାମରେ ପାଳନ ହୋଇଛି ରଙ୍ଗର ପର୍ବ ହୋଲି। ଜାତିଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପରସ୍ପରକୁ ରଙ୍ଗ ଲଗାଇଛନ୍ତି । ରାଗରୁଷା ଭୁଲି ସମସ୍ତେ ନାଚଗୀତରେ ମସଗୁଲ ହୋଇଯାଇଥିଲେ। ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ନିଆରା ହୋଲି। ହ୍ବିଲ ଚେୟାରରେ ହୋଲି ଖେଳିଛନ୍ତି ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ ଆସୋସିଏସନର କ୍ରିକେଟର। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭିନ୍ନକ୍ଷମ କ୍ରିକେଟର ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳନ କରିଛନ୍ତି।
ବ୍ରହ୍ମପୁର ସହରରେ ଥିବା ଆବାସିକ ଆଦର୍ଶ ଦୃଷ୍ଟିବାଧିତ ବାଳିକା ବିଦ୍ୟାଳୟରେ ବି ଧୁମ୍ଧାମରେ ହୋଲି ପାଳିତ ହୋଇଛି। ଦୃଷ୍ଟିବାଧିତ ହେଲେ ବି ପିଲାମାନେ ଉତ୍ସାହର ସହ ହୋଲି ପାଳିଛନ୍ତି। ସେପଟେ ପୁରୀରେ ରଙ୍ଗରେ ରଙ୍ଗେଇ ହୋଇଥିଲେ ବିଦେଶୀ ପର୍ଯ୍ୟଟକ। ପରସ୍ପରକୁ ରଙ୍ଗ ଲଗାଇ ଭାରତୀୟ ପରମ୍ପରା ଅନୁସାରେ ରଙ୍ଗର ପର୍ବ ହୋଲିରେ ସମସ୍ତେ ସାମିଲ ହୋଇଥିଲେ ।
ରଙ୍ଗର ପର୍ବ ହୋଲି ପାଇଁ ଗାଁଠୁ ସହର ସବୁ ଉତ୍ସବମୁଖର । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ହୋଲିର ମାହୋଲ
ରାଗରୁଷା ଭୁଲି ସମସ୍ତେ ନାଚଗୀତରେ ମସଗୁଲ ହୋଇଯାଇଥିଲେ। ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା ନିଆରା ହୋଲି। ହ୍ବିଲ ଚେୟାରରେ ହୋଲି ଖେଳିଛନ୍ତି ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ ଆସୋସିଏସନର କ୍ରିକେଟର। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭିନ୍ନକ୍ଷମ କ୍ରିକେଟର ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳନ କରିଛନ୍ତି।
/kanak/media/media_files/2025/03/15/0AF7Kf9QymuWAytHiVZe.jpg)