ମୁଁ ବଡ ପୁଅ... ମୁଁ କରିବି ବାପାଙ୍କ ଅନ୍ତିମ ସଂସ୍କାର... 
ନା... ତୁ ନୁହେଁ, ମୁଁ କରିବି ବାପାଙ୍କ ଅନ୍ତିମ ସଂସ୍କାର 
ଇଏ ଖାଲି ତୋ ବାପା ନୁହେଁ, ମୋର ବି ବାପା... 
ଶେଷ ପର୍ୟ୍ୟନ୍ତ ବାପାଙ୍କୁ ମୁଁ ରଖିଥିଲି... ତେଣୁ ମୁଁ କରିବି ବାପାଙ୍କ ଅନ୍ତିମ ସଂସ୍କାର... 
ଠିକ୍ ଅଛି, ବାପାଙ୍କ ମୃତ ଦେହକୁ ଦୁଇଫାଳ କରାଯାଉ... ତୋର ଫାଳେ ମୋର ଫାଳେ... 
ମଲା ପରେ କେହି କିଛି ନେଇକି ଯାଆନ୍ତିନି, କେବଳ ନିଜ ଅର୍ଜିତ କର୍ମକୁ ସାଙ୍ଗରେ ନେଇ ଯାଆନ୍ତି । କିନ୍ତୁ ଆଜି ଏସବୁକୁ ଦେଖୁଛି କିଏ । ଦୁଇଭାଇଙ୍କ କଳି ଭିତରେ ବି ବାଦ ପଡିନି ବାପାଙ୍କ ମୃତ ଦେହ । ଦୁଇ ଭାଇଙ୍କ କଳି ଭିତରେ ମୃତ ବାପା ବି ଯୁଈକୁ ଯିବା ପାଇଁ ଅପେକ୍ଷା କରି ରହିଛି । ଏହା କୌଣସି ଗପ ନୁହେଁ ବାସ୍ତବରେ କିଛି ଏହିଭଳି ଘଟଣା ସାମ୍ନାକୁ ଆସିଛି । 

Advertisment

ମଧ୍ୟପ୍ରଦେଶ ଟିକମଗଡ ଜିଲ୍ଲାରୁ ବାପାର ଅନ୍ତିମ ସଂସ୍କାରକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦର ଏକ ବିଚିତ୍ର ଓ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି । ଯେଉଁ ବାପା ଦିନେ କୋଳେଇ କାଖେଇ ସ୍ନେହ ମମତା ଦେଇ ପୁଅକୁ ବଡ କରିଥିଲା ଆଜି ସେହି ପୁଅ ବାପାର ମୃତ୍ୟୁ ପରେ ବି ବାପାର ଅନ୍ତିମ ସଂସ୍କାର ପାଇଁ ମାରପିଟ୍ ହେଉଛନ୍ତି । ବାପାର ଶବକୁ ଦୁଇଫାଳ କରିବା ପାଇଁ ଦୁଇ ପୁଅ ଦାବି କରିଛନ୍ତି । ପିଲାଟି ଦିନରୁ ଦୁଇ ଭାଇଙ୍କୁ ସମାନ ଭଲପାଇବା ଦେଇ ବଢେଇ ଆସିଥିବା ବାପାର ମୃତ ଦେହ ଆଜି ରାଜରାସ୍ତାରେ ପଡିରହିଛି ।

bro 1
Photograph: (KanakNews )

ବଡ ଭାଇ ବାପାଙ୍କ ଅନ୍ତିମ ସଂସ୍କାର କରିବାକୁ ଅଡିବଡିଥିବା ବେଳେ ସାନ ଭାଇ ବି ଛାଡିବାକୁ ନାରାଜ୍ । ବଡ ପୁଅ ହୋଇଥିବାରୁ ଅନ୍ତିମ ସଂସ୍କାର କରିବାକୁ କିସନ୍ ଚାହୁଁଛି । କିନ୍ତୁ ଶେଷ ନିଶ୍ୱାସ ପର୍ୟ୍ୟନ୍ତ ବାପାଙ୍କୁ ପାଖରେ ରଖିଥିବାରୁ ଏହି ସୁଯୋଗ ତାକୁ ମିଳୁ ବୋଲି ସାନ ଭାଇ ଯୁକ୍ତି ବାଢିଛି । ବିବାଦ ଏତେ ବଢିଯାଇଥିଲା ଯେ, ବଡ ଭାଇ ଶେଷରେ ପିତାଙ୍କ ମୃତଦେହକୁ ଦୁଇଖଣ୍ଡ କରି ପରସ୍ପର ଭିତରେ ବାଣ୍ଟି ଅନ୍ତ୍ୟେଷ୍ଟି କ୍ରିୟା କରିବାକୁ ଅଜବ ପ୍ରସ୍ତାନ ଦେଇଥିଲା । କେବଳ ପ୍ରସ୍ତାବ ଦେଇନଥିଲା,  ନିଶାଶକ୍ତ ଅବସ୍ଥାରେ ବାପାଙ୍କ ଶବକୁ ଦୁଇଫାଳ କରିବା ପାଇଁ ଅଡିବସିଥିବାରୁ ମାମଲା ପୋଲିସ ହାତକୁ ଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବଡଭାଇ କିସନକୁ ଉତ୍ତମ ମଧ୍ୟମ ଦେବା ପରେ କିସନ୍ ସେଠାରୁ ପଳାଇଥିଲା । ଆଉ ପୋଲିସ  ସହାୟତାରେ ବାପାଙ୍କ ଅନ୍ତିମ ସଂସ୍କାର କରିଛି ସାର ଭାଇ । 

ସମସ୍ତେ ଚାହାଁନ୍ତି ପୁଅଟିଏ ଜନ୍ମ ହେଲେ ବୁଢା ବୟସରେ ବାପା ମାଆଙ୍କ ସାହାରା ସାଜିବ କିନ୍ତୁ ବର୍ତ୍ତମାନ ବାପା ମାଆଙ୍କୁ ହତାଦାର କରୁଥିବାର ଯେଉଁସବୁ ଘଟଣା ସାମ୍ନାକୁ ଆସୁଛି ତାହା ବାସ୍ତବରେ ନିନ୍ଦନୀୟ ।