କନକ ବ୍ୟୁରୋ : ସରକାରୀ ବିହନ ନମିଳିବାରୁ ଘରୋଇ ସଂସ୍ଥା ଠାରୁ ବିହନ ଆଣି ବୁଣିଥିଲେ ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଅଞ୍ଚଳର ଗୋଳାଗାଡ଼ିଆ ଗାଁ । ୧୦ କିଲୋ ପିଛା ୮୦୦ ଟଙ୍କା ଦେଇ କଳାଚମ୍ପା ଧାନ ପାଇଁ ବିହନ କିଣିଥିଲେ ଚାଷୀ । ହେଲେ ବିହନ ବୁଣିବାର ୯୦ରୁ ଅଧିକ ଦିନ ପରେ ବି ଅଧାରୁ ଅଧିକ କେଣ୍ଡାରେ ଧାନ ଫଳିନି । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି । ଉକ୍ତ ଘରୋଇ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । 

Advertisment

ଚଳିତବର୍ଷ ସରକାରଙ୍କ ତରଫରୁ ସୋସାଇଟିକୁ ଅଳ୍ପ ବିହନ ଆସିଥିଲା । ଫଳରେ ପ୍ରାୟ ଚାଷୀ ବାଧ୍ୟରେ ବାହାରୁ ବିହନ କିଣିଥିଲେ । ୧୫୦ ଦିନ ମଧ୍ୟରେ ଧାନ ଅମଳ ହେବା ନେଇ କମ୍ପାନୀ ତରଫରୁ କୁହାଯାଇଥିଲା । ହେଲେ ବିହନ ବୁଣିବାର ୯୦ ଦିନ ପରେ ବି ଫାଙ୍କା ଅବସ୍ଥାରେ ଧାନକେଣ୍ଡା । ଗୋଟିଏ ପଟେ ନିମ୍ନମାନର ବିହନ, ଅନ୍ୟପଟେ ଅଳ୍ପ ଅମଳ । ସରକାରୀ ସ୍ତରରେ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି । ବର୍ଷସାରା ବନ୍ୟଜନ୍ତୁ, ହାତୀ, ମାଙ୍କଡ଼, ଓ ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷ କରି ନିଜ ପରିବାରର ପ୍ରତିପୋଷଣ ପାଇଁ ଧାରକରଜ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛି ।