କନକ ବ୍ୟୁରୋ: ଉପଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇପଡ଼ିଲେ ଚାଷୀ। କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ ଗାଡ଼ି ଆଗରେ ରାଜକନିକା ଅଞ୍ଚଳର ଜଣେ ଚାଷୀ ଶୋଇପଡ଼ିଥିଲେ। ଏହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କେନାଲ ବନ୍ଧ ନିର୍ମାଣ କରାଯାଇଥିବାରୁ ଚାଷ ଜମିକୁ ପାଣି ଯାଇପାରୁନାହିଁ। ଫଳରେ ଚାଷୀ ଜଣଙ୍କ ଏପରି ଅଭିନବ ପ୍ରତିବାଦ କରିଛନ୍ତି। ଜିଲ୍ଲାପାଳଙ୍କ ଜନ ଶୁଣାଣିରେ ମଧ୍ୟ ଚାଷୀ ପ୍ରତିବାଦ ଜଣାଇଥିଲେ। 

Advertisment