ଧାନ ଫେରାଇଦେଲା ମିଲର । ଦୃଦଘାତରେ ଚାଷୀଙ୍କ ମୃତ୍ୟୁ!

Advertisment

ମିଲରଙ୍କ ମନମାନିକୁ ବରଦାସ୍ତ କରାଯିବ ନାହିଁ ବୋଲି ବାରମ୍ବାର କହିଆସୁଛନ୍ତି ମନ୍ତ୍ରୀ। ହେଲେ ମଣ୍ଡିରେ କଟନୀଛଟନୀ ସହ ମନଇଛା ଧାନକିଣା ଭିତରେ ସନ୍ତୁଳି ହେଉଛନ୍ତି ଚାଷୀ। ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଧାନ ଫେରାଇଦେବାରୁ ଦୃଦଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ମିଲରଙ୍କ ମନମାନିକୁ ବରଦାସ୍ତ କରାଯିବ ନାହିଁ ବୋଲି ବାରମ୍ବାର କହିଆସୁଛନ୍ତି ମନ୍ତ୍ରୀ। ହେଲେ ମଣ୍ଡିରେ କଟନୀଛଟନୀ ସହ ମନଇଛା ଧାନକିଣା ଭିତରେ ସନ୍ତୁଳି ହେଉଛନ୍ତି ଚାଷୀ। ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଧାନ ଫେରାଇଦେବାରୁ ଦୃଦଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଧାନ ଯୋଗୁଁ ଜୀବନ ଗଲା

ଧାନ ଯୋଗୁଁ ଜୀବନ ଗଲା Photograph: (KanakNews )

କନକ ବ୍ୟୁରୋ: ମିଲରଙ୍କ ମନମାନିକୁ ବରଦାସ୍ତ କରାଯିବ ନାହିଁ ବୋଲି ବାରମ୍ବାର କହିଆସୁଛନ୍ତି ମନ୍ତ୍ରୀ। ହେଲେ ମଣ୍ଡିରେ କଟନୀଛଟନୀ ସହ ମନଇଛା ଧାନକିଣା ଭିତରେ ସନ୍ତୁଳି ହେଉଛନ୍ତି ଚାଷୀ। ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଧାନ ଫେରାଇଦେବାରୁ ଦୃଦଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ।

  • ଧାନ ଫେରାଇଦେଲା ମିଲର
  • ଦୃଦଘାତରେ ଚାଷୀଙ୍କ ମୃତ୍ୟୁ!

ମିଲରଙ୍କ ମନମାନିର କରୁଣ ପରିଣତି। ଧାନ ବିକ୍ରି ପାଇଁ ବାରମ୍ବାର ମଣ୍ଡିକୁ ଦୌଡ଼ିବା ପରେ ଶେଷରେ ନିରାଶ ହୋଇ ପ୍ରାଣ ହାରିଛନ୍ତି ଚାଷୀ। ହୃଦଘାତରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି। ସୋରଡା ଚାକୁଣ୍ଡା ଗାଁର ୪୦ ବର୍ଷୀୟ ଗଣେଶ ବିଷୋୟୀ। ସୋମବାର ୯୦ ବସ୍ତା ଧାନ ଧରି ମିଲକୁ ଯାଇଥିଲେ। ମିଲର ୧୫ ବସ୍ତା ଧାନ ରଖି ବାକି ଖରାପ ହୋଇଯାଇଥିବା କହି ଫେରାଇ ଦେଇଥିଲେ। ଆଉ ସେଠାରେ ହିଁ ଅସୁସ୍ଥ ହୋଇ ପଡିଥିଲେ ଗଣେଶ। ତାଙ୍କୁ ତୁରନ୍ତ ବଡ଼ଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

ଚାଷୀ ମୃତ୍ୟୁକୁ ନେଇ ସୋରଡ଼ା ବ୍ଲକ କାର୍ଯ୍ୟାଳୟରେ ହୋହଲ୍ଲା କରିବା ସହ କ୍ଷତିପୂରଣ ଦାବି କରିଥିଲେ ଗ୍ରାମବାସୀ। ଗଂଜାମ ଅତିରିକ୍ତ ଜିଲ୍ଲାପାଳ ପହଁଚି ବୁଝାସୁଝା କରିଛନ୍ତି। ଏହାସହ ମୃତକଙ୍କ ପରିବାରକୁ ୬୦ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ତେବେ ମଣ୍ଡିରେ ମିଲରଙ୍କ ମନମାନି ଚଳିବ ନାହିଁ ବୋଲି ମନ୍ତ୍ରୀ ବାରମ୍ବାର ତାଗିଦ କରିଛନ୍ତି। କିନ୍ତୁ କିଛି ସ୍ଥାନରେ କଟନୀଛଟନୀ ସହ ମିଲର ମନଇଛା ଧାନ କିଣୁଥିବା ଅଭିଯୋଗ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe