କନକ ବ୍ୟୁରୋ: ରାଜା ଚକ୍ରର ଖେଳ ଖତମ୍‌!
                     ସିଲ୍ ହେବ ବିଳାସପୂର୍ଣ୍ଣ ଫାର୍ମହାଉସ୍

Advertisment

ରାଜା ଚକ୍ର ସାମ୍ରାଜ୍ୟକୁ ନେଇ ଇଓଡବ୍ଲ୍ୟୁ ଯେତିକି ଖୋଳୁଛି, ସେତିକି ମୁଳୁଛି । ଟିକିଏ ଭଲ କରି ଦେଖନ୍ତୁ ୧୧ଏକର ଜାଗା ଉପରେ ଠିଆ ହୋଇଥିବା ଏହି ଫାର୍ମହାଉସକୁ । ପିଲାଙ୍କ ପାର୍କ, ଆଲିସାନ ବଙ୍ଗଳା, ସୁଉଚ୍ଚ ତୋରଣ, ଆମ୍ବ ବଗିଚା, ବଡ଼ ବଡ଼ ଷ୍ଟାଚ୍ୟୁ, ପାର୍ଟି ହାଉସ୍‌, କ୍ବାଡ୍‌ ବାଇକ୍ ଆଉ ବଡ ପୋଖରୀ । ଏହା କୌଣସି ବଲିଉଡ ତାରକାଙ୍କ ଫାର୍ମ ହାଉସ୍ ନୁହେଁ ବରଂ ବିଜେଡିର ପ୍ରଭାବଶାଳୀ ନେତା ତଥା ପାଣ୍ଡିଆନଙ୍କ ପାଖଲୋକ କୁହାଯାଉଥିବା ରାଜା ଚକ୍ରଙ୍କର । ଫାର୍ମ ହାଉସରେ ଚଡାଉ ବେଳେ ଇଓଡବ୍ଲ୍ୟୁ ପାଇଛି ସାଙ୍ଘାତିକ ତଥ୍ୟ । ସାଢେ ୩ ଏକର ଜମି ନିଜ ରାଜାଙ୍କ ପତ୍ନୀଙ୍କ ନାଁରେ ରହିଛି । ହେଲେ ବାବୁ ମାଡ଼ି ବସିଛନ୍ତି ପ୍ରାୟ ସାଢ଼େ ୭ ଏକରର ଜଙ୍ଗଲ ଜମି । ଏହାକୁ ସିଲ୍ କରିବା ସହ ବାଜ୍ୟାପ୍ତି କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ଅର୍ଥନୈତିକ ଅପରାଧ ଶାଖା। 

ସେପଟେ ରାଜାକୁ କିଏ ଏସବୁ ଜଙ୍ଗଲ ଜମି କବଜା କରିବାରେ ସହଯୋଗ କରିଥିଲା ସେନେଇ ଖୋଳତାଡ କରାଯିବ । ଆବଶ୍ୟକ ସ୍ଥଳେ, ଧାଡି ଧାଡି କରି ରାଜାର ସହଯୋଗୀଙ୍କୁ ସମନ କରାଯିବା ସହ ଇଓଡବ୍ଲ୍ୟୁ ଅଫିସକୁ ଡାକି ଜେରା କରାଯିବ । ତଦନ୍ତ ବେଳେ, ରାଜାର ଆକାଉଣ୍ଟରୁ ହୋଇଥିବା ଟ୍ରାଞ୍ଜାକ୍ସନରେ ବହୁ ବଡ ଲୋକଙ୍କ ନାଁ ସାମନାକୁ ଆସିଥିବା ଚର୍ଚ୍ଚା ହେଉଛି । ରାଜା ଓ ତାର ୩ ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଓ ଶୁସାନ୍ତ ସାମଲ ବିରୋଧରେ ଅନ୍ତରୀଣ ଚାର୍ଜ ସିଟ୍ ଦାଖଲ କରାଯାଇଛି ।