କନକ ବ୍ୟୁରୋ: ଖୁବଶୀଘ୍ର ବଦଳିବାକୁ ଯାଉଛି ସୁପ୍ରିମକୋର୍ଟର ରୂପରେଖ । ଏଣିକି ଓକିଲ ଓ ମହକିଲମାନଙ୍କୁ କୋର୍ଟରେ ପହଞ୍ଚିବା ପାଇଁ ଦିଲ୍ଲୀର ଗରମ, ଥଣ୍ଡା କି ବର୍ଷାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । କାହିଁକି ନା ଆଗାମୀ ଦିନରେ ସୁପ୍ରିମକୋର୍ଟ ପରିସର ଦେଇ ମେଟ୍ରୋ ଲାଇନ୍ ସହ ସଂଯୋଗ ହେବ । ଯାହା ପ୍ରତିଦିନ ଆସୁଥିବା ହଜାର ହଜାର ଲୋକଙ୍କୁ ଆଶ୍ଵସ୍ତି ପ୍ରଦାନ କରିବ । ଏନେଇ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏକ ଭବିଷ୍ୟତ ଭିତ୍ତିଭୂମିର ଯୋଜନା କରିଛନ୍ତି ।
ସୁପ୍ରିମକୋର୍ଟ ପାଇଁ ଏକ ମେଟ୍ରୋ ଲାଇନର ପ୍ରସ୍ତାବ ଦିଆଯାଇଛି । ଏହି ମେଟ୍ରୋ ଲାଇନ ସିଧାସଳଖ କୋର୍ଟ ପରିସର ଦେଇ ଗତି କରିବ । ମୁଖ୍ୟ ବିଚାରପତି କହିଛନ୍ତି, ଆଇନ ସଚିବ ନିଜେ ପ୍ରକଳ୍ପର ତଦାରଖ କରୁଛନ୍ତି । ଏଥିପାଇଁ ସରକାରଙ୍କ ପାଖରେ ବଜେଟର କୌଣସି ଅଭାବ ନାହିଁ । କାମ ଦ୍ରୁତ ଗତିରେ ଚାଲିଛି । ସିଜେଆଇ କହିଛନ୍ତି, ଦେଶରେ ପାଣିପାଗ ସ୍ଥିତି ଦିନକୁ ଦିନ ବିଗୁଡୁଛି ।
ଅଧିକ ପଢନ୍ତୁ : କୁକୁର ପ୍ରେମୀଙ୍କୁ ସୁପ୍ରିମକୋର୍ଟର କଡ଼ା ଚେତାବନୀ, ଖାଇବାକୁ ଦେବାର ଅଛି ତ ଘରେ ନେଇ ରଖ
ଏହି ପରିସ୍ଥିତିରେ ଘରୁ ବାହାରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲୋକଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଯାଉଛି । ଖରା ଏବଂ ବର୍ଷା ଦିନରେ କୋର୍ଟ ପହଞ୍ଚିବା ଲୋକଙ୍କ ପାଇଁ କାଠିକର ପାଠ ହେଉଛି । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ମେଟ୍ରୋ କନେକ୍ଟିଭିଟିର ପ୍ରସ୍ତାବ ଦିଆଯାଇଛି । ସୁପ୍ରିମକୋର୍ଟଙ୍କ ଏହି ଯୋଜନାକୁ ମେଟ୍ରୋ ପ୍ରଶାସନ ପୂରା ସହଯୋଗ କରିଛନ୍ତି । ଯଦି ଏହି ମେଟ୍ରୋ ଲାଇନ୍ ବନୁଛି ତେବେ ବିନା କୌଣସି ଅସୁବିଧାରେ ଲୋକେ ସିଧା କୋର୍ଟରେ ପହଞ୍ଚିପାରିବେ । ଏହାଦ୍ଵାରା କେବଳଯେ ସମସ୍ତଙ୍କ ମୂଲ୍ୟବାନ ସମୟ ବଞ୍ଚିବ ତାନୁହେଁ ଲୋକଙ୍କ ଥକ୍କାପଣ ବି ଦୂର ହୋଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/23/supreme-court-2026-01-23-20-28-17.jpg)