କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଓଡିଶା ପାଇଁ ନୂଆ ଆଶା ସଂଚାର କରିଛି । ଖୁବଶୀଘ୍ର ଓଡ଼ିଶା ହେବ ପେଟ୍ରୋକେମିକାଲ ବଡ଼ ଉତ୍ପାଦନ କେନ୍ଦ୍ର । ରାଜ୍ୟର ପେଟ୍ରୋଲିୟମ ଓ ପେଟ୍ରୋ କେମିକାଲ୍ସ କାରବାର ବଢ଼ିବ । ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କେମିକାଲ, ପେଟ୍ରୋକେମିକାଲ-ଟେକ୍ସଟାଇଲ ଓ ପ୍ଲାଷ୍ଟିକରେ ଆଗକୁ ବଡ଼ ପୁଞ୍ଜିନିବେଶ ଆସିବାକୁ  ଯାଉଛି । ଏବେ ଏହି କ୍ଷେତ୍ରରେ ଏକ ଲକ୍ଷ କୋଟି ଟଙ୍କାର ନିବେଶ କେବଳ ଓଡ଼ିଶାରେ ହେବ । ପାରାଦୀପ , ଗୋପାଳପୁର ଭଳି ଦୁଇଟି ବନ୍ଦରରେ ବଡ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି । 

Advertisment

- ପାରାଦୀପରେ ଆଇଓସିଏଲ ପ୍ରତିଷ୍ଠା କରିବ ପେଟ୍ରୋକେମିକାଲ ଶିଳ୍ପ
- ଖର୍ଚ୍ଚ ହେବ ପ୍ରାୟ ୬୧ ହଜାର କୋଟି ଟଙ୍କା
- ନିଯୁକ୍ତି ଓ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ହେବ
- ଗୋପାଳପୁରରେ ପ୍ରତିଷ୍ଠା ହେବ ୫୦ ହଜାର MTର ଏଲଏନଜି ଟର୍ମିନାଲ 
- ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ହେବ ବଡ଼ ନିବେଶ
- ଭଦ୍ରକରେ ହେବାକୁ ଯାଉଛି ବୟନ ଶିଳ୍ପ ପାର୍କ 
- ୪ ହଜାର ୩୮୨ କୋଟି ଟଙ୍କାରେ ଧାମନଗରରେ ପ୍ରତିଷ୍ଠା ହେବ ପାର୍କ
- ଯାଜପୁରରେ ଷ୍ଟୋରେଜ ଟ୍ୟାଙ୍କ ପ୍ରତିଷ୍ଠା ପାଇଁ ବି ଯୋଜନା

ଏହାସହ ପ୍ଲାଷ୍ଟିକ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ରରେ ବଡ ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି । ପେଟ୍ରୋକେମିକାଲ ଶିଳ୍ପ ପାଇଁ ଗୋପାଳପୁର ଓ ପାରଦୀପରେ କାମ ଜୋରସୋରରେ ଆଗେଇ ଚାଲିଛି ।