କନକ ବ୍ୟୁରୋ: ଚୋର ମୁହଁ ଟାଣ । ଗୋଟେ ପଟେ ଭାରତରେ ପଶି ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣ କରୁଛି ସେପଟେ ଦେଶର ନେତା ମନ୍ତ୍ରୀ ଭାରତକୁ ଧମକ ଦେବାରେ ଲାଗିଛନ୍ତି । ଏହା ଭିତରେ ପଞ୍ଜାବ ପ୍ରାନ୍ତର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାକିସ୍ତାନର ବରିଷ୍ଠ ନେତା ନଜମ ସେଠୀ ଭାରତ ବିରୋଧରେ ବିଷ ଉଗାରିଛନ୍ତି । ନଜମ କହିଛନ୍ତି ଯଦି ପାକିସ୍ତାନ ଉପରେ ଭାରତରେ କିଛି ବି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଭାରତ ଉପରେ ପାକିସ୍ତାନ ପରମାଣୁ ବୋମା ପକାଇବାକୁ ପଛଘୁଞ୍ଚା ଦେବନି । ତେବେ ଏକଥା ମଧ୍ୟ ସ୍ବୀକାର କରିଛନ୍ତି ଯଦି ଯୁଦ୍ଧ ନୁହେଁ ବା ଦୀର୍ଘ ସମୟ ଧରି ଚାଲେ ତେବେ ଭାରତ ସାମ୍ନାରେ ପାକିସ୍ତାନ ତିଷ୍ଠିବା ସମ୍ଭବ ନୁହେଁ । ଆମେ ଯୁଦ୍ଧକୁ ନେଇ ଆଗକୁ ଭୟଭୀତ ନୁହେଁ ବୋଲି ନଜମ ଖୁଲମଖୁଲ୍ଲା କହିଛନ୍ତି । ଏହା ପୂର୍ବରୁ ପାକିସ୍ତାନ ରେଳମନ୍ତ୍ରୀ ହନିଫ ଅବାସୀ ମଧ୍ୟ ଭାରତକୁ ଧମକ ପରେ ଧମକ ଦେଇଛନ୍ତି । ପାକିସ୍ତାନ ପାଖରେ ୧୩୦ ପରମାଣୁ ଅସ୍ତ୍ର ରହିଛି ଯାହାକୁ ଆବଶ୍ୟକ ପଡିଲେ ବ୍ୟବହାର କରିବୁ ।
ପାକିସ୍ତାନର ପରମାଣୁ ଧମକ । ପହଲଗାମ ଆକ୍ରମଣକୁ ନେଇ ଭାରତର ଆଭିମୁଖ୍ୟ ଭିତରେ ଭୟଭୀତ ହୋଇ ପରମାଣୁ ଧମକ ଦେଇଛି ପାକିସ୍ତାନ। ପାକିସ୍ତାନ ମନ୍ତ୍ରୀ ହାନିଫ ଆବାସୀ ଖୋଲାଖୋଲି ଭାବେ ଧମକ ଦେଇଛନ୍ତି । ପାକିସ୍ତାନର ଅସ୍ତ୍ର୍ରାଗାର ଘୋରୀ, ଶାହୀନ ଏବଂ ଗଜନବୀ ସହିତ ୧୩୦ ପରମାଣୁ ଯୁଦ୍ଧାସ୍ତ୍ର କେବଳ ଭାରତ ପାଇଁ ରଖାଯାଇଛି । ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ ନେଇ ନିଷ୍ପତ୍ତି ପରେ ଏଭଳି କହିଛନ୍ତି ପାକ ମନ୍ତ୍ରୀ । ଯଦି ଭାରତ ସିନ୍ଧୁ ଚୁକ୍ତି ବାତିଲ କରେ, ତେବେ ଏହା ପୂରା ଯୁଦ୍ଧ ବୋଲି ଧରାଯିବ । ହାନିଫ ଆବାସୀ କହିଛନ୍ତି, ପାକିସ୍ତାନର ପରମାଣୁ ବୋମା କେବଳ ଦେଖାଇବା ପାଇଁ ନୁହେଁ । ପରମାଣୁ ଅସ୍ତ୍ର ଦେଶ ଭିତରେ ଲୁକାୟିତ ଅବସ୍ଥାରେ ଅଛି । ଯଦି ଭାରତ ଉସୁକାଇବାକୁ ଚେଷ୍ଟା ପରେ ସେମାନେ ଯବାବ ଦେବାକୁ ପ୍ରସ୍ତୁତ ଅଛନ୍ତି ।